ପୁରୀ: ବେଆଇନ୍ ଭାବେ ଚାଲୁଥିବା ୱାଟର ସ୍ପୋର୍ଟସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏସପି

15

କନକ ବ୍ୟୁରୋ : ପୁରୀରେ ବେଆଇନ୍ ଭାବେ ଚାଲୁଥିବା ୱାଟର ସ୍ପୋର୍ଟସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏସପି । ବେଳାଭୂମି ଉନ୍ନୟନ କମିଟିର ନିଷ୍ପତି ଅନୁଯାୟୀ ସିଙ୍ଗିଲ ୱିଣ୍ଡୋ ଲାଇସେନ୍ସ ଦିଆଯିବା ପରେ ୱାଟର ସ୍ପୋର୍ଟସ ପାଇଁ ଅନୁମତି ଦିଆଯିବ । ସେପଟେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୱାଟର ସୋର୍ଟସ ପାଇଁ ନୋ ବାଥିଂ ଜୋନରେ ଦିଆଯାଇଥିଲା ଅନୁମତି । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ୍ ନୀଳାଚଳ ଅଶୋକ ପଛପଟ ବେଳାଭୂମିକୁ ନୋ ବାଥିଂ ଜୋନ୍ ଘୋଷଣା କରାଯାଇ ସେହି ସ୍ଥାନରେ ୱାଟର ସୋର୍ଟସ ପାଇଁ ଅନୁମତି ଦିଆଯାଇଛି ।

ଏଥିପାଇଁ ୨୦୧୨ରେ ସନବର୍ଣ୍ଣ ସଂସ୍ଥାକୁ ଅନୁମତି ଦିଆଯାଇଛି । ତେବେ ସନବର୍ଣ୍ଣ ସହ ନୀଳାଚଳ ୱାଟର ସୋର୍ଟସ, ପ୍ରସାଦ ସୋର୍ଟସ ଓ ଅନେକ ସଂସ୍ଥା ବିନା ଅନୁମତିରେ ଜବରଦସ୍ତ ଦିଗବାରେଣୀ ନିକଟ ଅଂଚଳ ସେଫ୍ ବାଥିଂ ଜୋନରେ ସ୍ପିଡ୍ ବୋଟ୍ ଓ ଜେଟ ସ୍କି ଚଳାଉଛନ୍ତି । ତେବେ ପର୍ଯ୍ୟଟକ ସ୍ପିଡ୍ ବୋଟ ମାଡରେ ଆହତ ହେବା ପରେ ପ୍ରଶାସନର ଚେତା ପଶିଛି ।