ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ ଟପିଲା । ଆଗାମୀ ଦିନରେ ବି ଦର ବଢିବା ଆଶଙ୍କା

30

କନକ ବ୍ୟୁରୋ : ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ ଟଙ୍କା ଟପିଛି । ସୋମବାର ଏହି ଦର ଲଟିର ପିଚ୍ଛା ୭୦ ଟଙ୍କା ୦୪ ପଇସାରେ ପଂହଚିଛି । ଚଳିତବର୍ଷ ଜାନୁଆରୀ ପହିଲାରେ ଦର ୬୮ ଟଙ୍କା ୬୫ ପଇସା ଥିବାବେଳେ ଇତିମଧ୍ୟରେ ଏଥିପେ ୧ ଟଙ୍କା ୧୯ ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ୭୦ ଟଙ୍କା ଟପିସାରିଛି । ଏହାକୁ ନେଇ ବିରୋଧୀ ଦଳଗୁଡିକ ହୋହଲ୍ଲା କରିଥିଲେ । ଏହା ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମାଇଥିଲେ ।

ଗତବର୍ଷରୁ ତୈଳ କମ୍ପାନୀଗୁଡିକ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ଦରର ସଂଶୋଧନ କରିଆସୁଛନ୍ତି । ପ୍ରତ୍ୟେକ ଦିନ ସକାଳ ୬ଟାରୁ ଏହି ଦର ଲାଗୁହୋଇଥାଏ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦରବୃଦ୍ଧି ଘଟୁଛି । ତେଣୁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢିବା ଅନୁମାନ କରାଯାଉଛି । ଡିଜେଲ ଦର ମଧ୍ୟ ୬୬ ଟଙ୍କା ଅତିକ୍ରିମ କରିଛି ।

ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦର ପ୍ରତିଦିନ ବଦଳିବା ପରେ ଦର କମିବା ବଦଳରେ ବଢ଼ି ଚାଲିଛି । ବିଗତ ତିନି ବର୍ଷ ଭିତରେ ପେଟ୍ରୋଲ୍ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଗତ ଚାରି ମାସ ଭିତରେ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଜୁନ୍ ପରଠାରୁ ରାଷ୍ଟ୍ରାୟତ୍ତ ତେଲ କଂପାନିଗୁଡ଼ିକ ଦୀର୍ଘଦିନ ଧରି ପ୍ରଚଳିତ ଥିବା ମାସକୁ ଦୁଇ ଥର ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ ପ୍ରଥାକୁ ବଦଳାଇଥିଲେ । ଏହା ପରଠାରୁ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହେଉଛି । ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୦ ଟଙ୍କା ଟପିସାରିଛି