ସୂର୍ଯ୍ୟ ପାଖରେ ପହଞ୍ଚିବ ମଣିଷ: ଆଜି ନାସା ମହାକାଶକୁ ଉତକ୍ଷେପଣ କରିବ ସୌରଯାନ,ବହୁ ରହସ୍ୟ ଉପରୁ ଉଠିବ ପରଦା

37

କନକ ବ୍ୟୁରୋ: ଆଜି ନାସାର ସୌର ଅଭିଯାନ । ମହାକାଶକୁ ପ୍ରେରଣ ହେବ ପାର୍କର ସୋଲାର ପ୍ରୋବ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଆଜି ଏହି ସୋଲାର ପ୍ରୋବ୍ ଉତ୍କ୍ଷେପଣ କରିବ । ଏହି ଅଭିଯାନ ସଫଳ ହେଲେ ସୂର୍ଯ୍ୟ ପୃଷ୍ଠର ବହୁ ରହସ୍ୟ ଉନ୍ମୋଚିତ ହେବା ସହ ଇତିହାସ ରଚିବ ମାନବ ସମାଜ । ଗତକାଲି ଏହା ଉତକ୍ଷେପଣ ହେବାକୁ ଥିବା ବେଳେ ଶେଷ ମୁହୂର୍ତରେ ସ୍ଥଗିତ ହୋଇଥିଲା । ହଠାତ୍ କୌଣସି ଏକ କାରଣରୁ ଦିନକ ପାଇଁ ପାର୍କର ସୋଲାର ପ୍ରୋବ ଉତ୍କ୍ଷେପଣକୁ ସ୍ଥଗିତ ରଖିଥିଲେ ବିଜ୍ଞାନୀ ।

 

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା କହିଛି ଆଜି ଏହି ସୋଲାର ପ୍ରୋବ୍ ଉତକ୍ଷେପଣ ହେବ । ଏହି ଅଭିଯାନ ସଫଳ ହେଲେ ସୂର୍ଯ୍ୟ ପୃଷ୍ଠର ବହୁ ରହସ୍ୟ ଉନ୍ମୋଚିତ ହେବା ସହ ଇତିହାସ ରଚିବ ମାନବ ସମାଜ । ଏହି ପାର୍କର ସୋଲାର ପ୍ରୋବ ଯାନ ଏକ କାର ଆକାରର । ଏହି ଯାନକୁ ଡେଲ୍ଟା-୪ ରକେଟ ସାହାର୍ଯ୍ୟରେ ପ୍ରେରଣ କରାଯିବ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ବୁଝିବା ସହ ସୌର ବାୟୁମଣ୍ଡଳ ଉପରେ ଅଧିକ ଗବେଷଣା କରିବା । ସୂର୍ଯ୍ୟ ପୃଷ୍ଠର ତାପମାତ୍ରାଠାରୁ ୩ଶହ ଗୁଣ ଅଧିକ ଉତପ୍ତ ହେଉଛି ସୌର ପ୍ରଭାମଣ୍ଡଳ ବା କୋରୋନା । ନାସା ପ୍ରେରଣ କରୁଥିବା ଏହି ପାର୍କର ସୋଲାର ପ୍ରୋବ ଯାନଟି ଏହି ସବୁ ଦିଗରେ ଅଧିକ ଗବେଷଣା କରିବ ବୋଲି ଆଶା ରଖିଛନ୍ତି ବିଜ୍ଞାନୀ ।

ଅନ୍ୟପଟେ ସୂର୍ଯ୍ୟର ତାପକୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକାର ତାପରୋଧି ଖୋଳପା ଏହି ଯାନ ଉପରେ ରହିଛି । ଯାହାର ମୋଟେଇ ୪ ଦଶମିକ ୫ଇଂଚ ରହିଛି । ତେବେ କୌଣସି ସମସ୍ୟା ନହେଲେ ଯାନ ଭିତରର ତାପମାତ୍ରା ୨୯ ଡିଗ୍ରୀ ସେଲସିୟସ ଥିବା ବେଳେ ବାହାରର ଲକ୍ଷ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାକୁ ସହ୍ୟ କରିପାରିବ ।