ପାରାଦୀପରୁ ଚୋରି ଅଢ଼େଇ ମାସର ଶିଶୁ ହେଲା ଉଦ୍ଧାର: ଚାକରାଣୀ ଅଟକ, ଘରେ କେହି ନଥିବା ବେଳେ ଚୋରି କରିନେଇଥିଲା ଶିଶୁକୁ

932

କନକ ବ୍ୟୁରୋ: ପାରାଦୀପରୁ ଅପହୃତ ହୋଇଥିବା ଅଢେଇ ମାସର ଶିଶୁକୁ ଶେଷରେ ଉଦ୍ଧାର କରିଛି ପୋଲିସ । ଏହାସହ ସଂପୃକ୍ତ ଚାକରାଣୀକୁ ବି ଅଟକ ରଖାଯାଇଛି । ସମ୍ପତ୍ତି ଲୋଭ ଦେଖାଇ ତିନି ତିନିଟା ପରିବାରର ଲୋକଙ୍କୁ ବୋକା ବନେଇ ଚାକରାଣୀ କାମ କରୁଥିବା ଜଣେ ମହିଳା ଅଢେଇ ମାସ ଶିଶୁକୁ ନେଇ ଚମ୍ପଟ ମାରିଥିଲା । ଗତ ୧୭ ତାରିଖରେ ଏହି ଘଟଣା ଘଟିଥିଲା ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗ୍ରାମର ଶତ୍ରୁଘ୍ନ ସାମଲ ନିଜ ପରିବାରଙ୍କ ସହ ପାରାଦ୍ୱୀପରେ ଥିବା ନିଜ ସଂପର୍କୀୟ ଭିଣୋଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ଶତ୍ରୁଘ୍ନଙ୍କ ଶିଶୁପୁତ୍ରଟି କାନ୍ଦିଥିଲା । ଏହି ସମୟରେ ଘରେ କାମ କରିବାକୁ ଆସିଥିବା ଚାକରାଣୀ ମାନିନୀ ସାହୁ ଶିଶୁପୁତ୍ରକୁ ଖେଳାଇବା ବାହାନାରେ ନେଇ ଆସି କୁଆଡେ ଫେରାର ହୋଇଯାଇଥିଲା ।

ଏ ନେଇ ପରିବାର ଲୋକେ ପାରାଦ୍ୱୀପ ଥାନାରେ ଅଭିଯୋଗ କରିଥିଲେ । ଚୋରିର ଦୁଇଦିନ ତଳେ ମାନିନୀ ଚାକରାଣୀ ଭାବେ ଘରକୁ ଆସିଥିଲା । ନିଜର ପ୍ରଚୁର ସମ୍ପତ୍ତି ଥିବା ସତ୍ୱେ ପରିସ୍ଥିତି ପଡି ଚାକରାଣୀ ଭାବେ କାମ କରିବାକୁ ବାଧ୍ୟ ହେଉଛି ବୋଲି ସେ ପରିବାର ଲୋକଙ୍କୁ କହିଥିଲା । ଯିଏ ସହାୟତା କରିବ ମାନିନୀ ସମ୍ପତିରୁ ଭାଗ ଦେବ ବୋଲି ବି ପ୍ରତିଶ୍ରୃତି ଦେଇଥିଲା ।