ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ନେଇଯାଉଥିବା ବେଳେ ବିଜୁଳୀ ତାରରେ ଫସିଲା ହେଲିକ୍ୟାପ୍ଟର ! ୨ ପାଇଲଟ୍ ଓ ଜଣେ ସାଧାରଣ ନାଗରିକ ମୃତ

588

ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ନେଇଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକ୍ୟାପ୍ଟର । ଏହି ହେଲିକ୍ୟାପ୍ଟର ଦେହରାଦୁନ୍ ରୁ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ମୋଲଡିରୁ ଅରାକୋଟ୍ ଯାଉଥିଲା । ତେବେ ଉତ୍ତରକାଶୀ ପହଁଚିଲା ବେଳକୁ ଦୁର୍ଘଟଣାର ଶିକାର ହେଲା ହେଲିକ୍ୟାପ୍ଟର । ଦୁର୍ଘଟଣା ସମୟରେ ଏଥିରେ ୨ ଜଣ ପାଇଲଟ୍ ଏବଂ ଜଣେ ସାଧାରଣ ନାଗରିକ ରାଜପାଲ ଉପସ୍ଥିତ ଥିଲେ । ସୁଚନା ଅନୁସାରେ , ହେରିଟେଜ୍ ଏବିଏସନ୍ ର ଏହି ହେଲିକ୍ୟାପ୍ଟର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଜଡିତ ଥିବା ସମୟରେ ଅଚାନକ ବିଜୁଳୀ ତାରରେ ଫସି ଯାଇଥିଲା । ଏହି ଦୁର୍ଘଟଣାରେ ହେଲିକ୍ୟାପ୍ଟରରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି ।

 

ଆପଣଙ୍କୁ କହିରଖୁଛୁ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଭୀଷଣ ବନ୍ୟା ଦେଖିବାକୁ ମିଳିଛି । ଏଭଳି ଜଟିଳ ପରିସ୍ଥିତିରେ ଏନଡିଆରଏଫ୍ ଏବଂ ସେନାର ଯବାନ ଉଭୟ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟରେ ଲାଗିପଡିଛନ୍ତି ।