ପାରାଦୀପ ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ମହିମାଙ୍କ ଭଣଜା ଓ ଆକାଉଣ୍ଟାଣ୍ଟଙ୍କୁ ପୁଣି ହାଜର ନୋଟିସ୍

23

କନକ ବ୍ୟୁରୋ : ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା । ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ଓ ଆକାଉଂଟାଂଟଙ୍କୁ ପୁଣି ନୋଟିସ । ପାରାଦୀପ ଥାନାରେ ହାଜର ହେବା ପାଇଁ  ଓଏସଏଲର ଡାଇରେକ୍ଟର ଓ ଡିଜିଏମଙ୍କୁ ନୋଟିସ ହୋଇଛି ।

୨୩ ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ ଡାଇରେକ୍ଟର ଚିନ୍ମୟ ମିଶ୍ର ଓ ଡାଇରେକ୍ଟର ରବିନ୍ଦ୍ର ଦଳେଇଙ୍କୁ ପୁଲିସ ନୋଟିସ କରିଛି । ଏମାନେ ପୂର୍ବରୁ ମଧ୍ୟ ଏହି ମାମଲାରେ ଥାନାରେ ହାଜର ହୋଇ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି ।