ଭାରତର ଆତଙ୍କବାଦ ଲଢେଇକୁ ମିଳିବ ନୂଆଶକ୍ତି ! ଶପଥ ଗ୍ରହଣ ଅଭିଭାଷଣରେ ଟ୍ରମ୍ପ ଦେଲେ ସଂକେତ

22

କନକ ବ୍ୟୁରୋ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥଗ୍ରହଣର ଏକ ସିଧା ପ୍ରଭାବ ଭାରତ ଉପରେ ପଡିବାର ସମ୍ଭାବନା ରହିଛି । ଦଶନ୍ଧି ଦଶନ୍ଧି ଧରି ଭାରତର ଆତଙ୍କବାଦ ବିରୋଧି ଲଢେଇକୁ ଏକ ନୂଆ ଶକ୍ତି ମିଳିବାର ସମ୍ଭାବାନ ରହିଛି । କାରଣ ଟ୍ରମ୍ପ ତାଙ୍କ ପ୍ରଥମ ଅଭିଭାଷଣରେ କହିଛନ୍ତି, ସବୁ ସଭ୍ୟ ରାଷ୍ଟ୍ର ମାନଙ୍କୁ ଏକାଠି କରି ଇସାଲମୀୟ ଆତଙ୍କବାଦକୁ ମୂଳପୋଛ କରାଯିବ । ଏବଂ ଏହା ସତ ଯେ, ଇସାଲମୀୟ ଆତଙ୍କବାଦ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭାରତ ।

ତେବେ ଉଲ୍ଲେଖନୀୟ କଥା ହେଉଛି, ଇସାଲମୀୟ ଆତଙ୍କବାଦ ଉପରେ ଟ୍ରମ୍ପଙ୍କ ଗୁରୁତ୍ୱାରୋପ ଭାରତ ଭଳି ରାଷ୍ଟ୍ର ପାଇଁ ବେଶ ଉପାଦେୟ ହେବ ବୋଲି ବିବେଚନା କରାଯାଉଛି ।

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପତ୍ନୀ ମିସେଲ ଓବାମା ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ଆମେରିକାରେ ଏନ ନୂଆ ଯୁଗର ଆରମ୍ଭ ହୋଇଛି । ତେବେ ମୋଟାମୋଟି କହିବାକୁ ଗଲେ, ଟ୍ରମ୍ପଙ୍କ ଯୁଗ ପାକିସ୍ତାନ ଉପରେ ଭାରି ପଡିବାର ଅନେକ ସମ୍ଭାବନା ରହିଛି ଓ ଭାରତର ଆତଙ୍କବାଦ ବିରୋଧି ଅଭିଯାନକୁ ଏକ ବଡ ଶକ୍ତି ମଧ୍ୟ ମିଳିପାରେ ।