ବଢ଼ିଲା ଅବଧି : ଡିସେମ୍ବର ୧୫ ପର୍ଯ୍ୟନ୍ତ ଚଳିବ ପୁରୁଣା ନୋଟ୍

45

କନକ ବ୍ୟୁରୋ : ବଢ଼ିଲା ପୁରୁଣା ବଡ ନୋଟ୍ ଚଳିବା ଅବଧି । କିନ୍ତୁ ବଦଳ ଉପରେ ଲାଗିଲା କଟକଣା । ଡିସେମ୍ବର ୧୫ ପର୍ଯ୍ୟନ୍ତ ଚଳିବ ପୁରୁଣା ନୋଟ୍ । ୫ ଶହ ଓ ୧୦୦୦ ଟଙ୍କିଆ ନୋଟ୍ ଚଳିବା ନେଇ ଘୋଷଣା କଲେ କେନ୍ଦ୍ର ସରକାର । ଆଜି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଥିଲା ଡେଡଲାଇନ୍ । ପେଟ୍ରେଲ ପମ୍ପ, ମେଟ୍ରୋ, ହସ୍ପିଟାଲରେ ପୁରୁଣା ନୋଟ୍ ଚଳିବ । ରେଲୱେ ଓ ବିମାନବନ୍ଦର ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍କୁଲରେ କେବଳ ୫ ଶହ ଟଙ୍କିଆ ଚଳିବ । ପ୍ରିପେଡ୍ ମୋବାଇଲ  ରିଚାର୍ଜ ପାଇଁ  ମଧ୍ୟ ୫ଶହ ଟଙ୍କିଆ ପୁରୁଣା ନୋଟ୍ ବ୍ୟବହାର କରିହେବ । ତେବେ ଆସନ୍ତାକାଲିଠାରୁ ବ୍ୟାଙ୍କରେ ବଦଳ ହେବନି ପୁରୁଣା ନୋଟ୍ । କିନ୍ତୁ ୧୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କରିପାରିବେ ସାଧାରଣ ଲୋକେ ।