ବଲାଙ୍ଗୀର ମେଡିକାଲ କଲେଜର ନାଁ ବଦଳି ହେବ ଭୀମଭୋଇ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

24

କନକ ବ୍ୟୁରୋ : ଆସନ୍ତାକାଲି ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମେଡିକାଲ କଲେଜ ଖୋଲିବା ନେଇ ଉତ୍ସାହ ଦେଖାଦେଇଛି । ବିଶେଷ କରି ଭୀମଭୋଇଙ୍କ ନାଁରେ ମେଡିକାଲ କଲେଜ ନାମିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ । ଏହା ପୂରଣ ହୋଇଥିବାରୁ ଲୋକଙ୍କ ଖୁସି କହିଲେ ନ ସରେ ।

ଖାଲି ସେତିକି ନୁହେଁ, ୧୯୯୧ ମସିହାରୁ ଜିଲ୍ଲାରେ ଏହି ମେଡିକାଲ କଲେଜ ସ୍ଥାପନ ପାଇଁ ମଧ୍ୟ ଦାବି ରଖିଥିଲେ ଜିଲ୍ଲାବାସୀ । ପଶ୍ଚିମ ଓଡିଶାରେ ବୁର୍ଲା ମେଡିକାଲ କଲେଜ ପରେ ଆଉ କିଛି ବଡ ମେଡିକାଲ କଲେଜ ନଥିଲା । ଏପରିକି ଭବାନୀପାଟଣା ଲୋକେ ମଧ୍ୟ ବୁର୍ଲା ମେଡିକାଲ କଲେଜ ଉପରେ ନିର୍ଭର କରୁଥିଲେ । ତେବେ ସେଠାରେ ପହଂଚିବା ପାଇଁ ପ୍ରାୟ ୫ଘଂଟା ସମୟ ଲାଗୁଥିଲା । ତେବେ ବଲାଙ୍ଗୀରରେ ଏହି ମେଡିକାଲ କଲେଜ ସ୍ଥାପନ ଦ୍ୱାରା ଲୋକେ କମ ସମୟ ମଧ୍ୟରେ ଏଠାରେ ପହଂଚିପାରିବେ ଏବଂ ଚିକିତ୍ସିତ ହୋଇପାରିବେ ।