ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ୪୯୭ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ?

3,485

କନକ ବ୍ୟୁରୋ: ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିଲେ ହେଁ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆସୁଛି । ଆଜି ପୁଣି ୬୨ ଜଣ କରୋନାରୁ ମୁକୁଳିଛନ୍ତି ।

ତେବେ ସୁସ୍ଥ ହୋଇଥିବା ୬୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଏବଂ ଭଦ୍ରକ, ମୟୂରଭଞ୍ଜ, ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଆଜି ନୂଆ ୬୨ ସୁସ୍ଥ ପରେ ଏବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪୯୭ରେ ପହଞ୍ଚିଲା ।

ଆଜି ଭଳି ଗତକାଲି ମଧ୍ୟ ୪୩ ଜଣ ସୁସ୍ଥ ହୋଇଥିଲେ । ତେବେ ରାଜ୍ୟରେ ଯେଉଁଭଳି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସେହିଭଳି ସସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି । ସଙ୍ଗରୋଧ କେନ୍ଦ୍ରରୁ ଅଧିକାଂଶ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଭୟ କରିବାର କାରଣ ନାହିଁ ।

ତେବେ ଆଜି ଗଞ୍ଜାମରୁ ୪୧ ଜଣ ସୁସ୍ଥ ହେବା ପରେ ଏବେ ଜିଲ୍ଲାରେ ୨୦୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ସେହିପରି ବାଲେଶ୍ୱରରୁ ୧୫ ସୁସ୍ଥ ହେବାପରେ ୫୭କୁ ବଢିଲା ଜିଲ୍ଲାର ସୁସ୍ଥ ସଂଖ୍ୟା । ଭଦ୍ରକରେ ଏଯାଏଁ ୩୧, ମୟୂରଭଞ୍ଜରେ ୯ ଏବଂଡ ଯାଜପୁରରୁ ୭୨ ଜଣ ଆଜି ଯାଏଁ ସୁସ୍ଥ ହେଲେଣି ।