ଦିଲ୍ଲୀର ରାଜପଥରେ ନଥିଲା ରାଜ୍ୟର ପ୍ରଜ୍ଞାପନ ମେଢ଼ ! ହେଲେ ସାମିଲ ଥିଲା ଓଡ଼ିଶା, ଜାଣନ୍ତୁ କିପରି

78

ଆଜି ସମଗ୍ର ଦେଶରେ ପାଳିତ ହେଉଛି ୬୯ତମ ସାଧାରଣତନ୍ତ୍ର ଦିବସ । ୬୯ତମ ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ଲାଗି ଆଜିର ସଧାରଣତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ, ମୁଖ୍ୟ ଅତିଥି ଥିଲେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପ୍ରଜ୍ଞାପନ ମେଢ ସାମିଲ ହୋଇଛି । ଚଳିତ ସାଧାରଣତନ୍ତ୍ର ଦିବସରେ ରକ୍ଷା ମନ୍ତ୍ରାଳୟ ରାଜ୍ୟ ତରଫରୁ ଡିଜାଇନ୍ କରାଯାଇଥିିବା ପ୍ରଜ୍ଞାପନ ମେଢ଼କୁ ଖାରଜ କରିଦେଇଥିଲା । ତେବେ ଦିଲ୍ଲୀରେ ୬୯ ତମ ସାଧାରଣତନ୍ତ୍ର ଦିବର ପରେଡରେ ଓଡ଼ିଶା ସଂସ୍କୃତିର କିଛି ଝଲକ ଯୋଗୁଁ ରାଜ୍ୟ ନିଜର ସ୍ଥାନ ବଜାର ରଖିବାରେ ସଫଳ ହୋଇଥିଲା ।

ଦେଶର ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ଆସି ଭାରତ ସଂସ୍କୃତିର ବିଭିନ୍ନତାକୁ ଏକାଠି କରିବା ପାଇଁ ଚେଷ୍ଟା କରିଥିଲା । ଆସିଆନ୍ ଦେଶ ଗୁଡ଼ିକ ସାମ୍ନାରେ ଶିକ୍ଷା ଓ ବ୍ୟାପରକୁ ପ୍ରତିନିଧିତ୍ୱ କରୁଥିଲା ସମସ୍ତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରଜ୍ଞାପନ ମେଢ଼ । ଏଥିରେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକି ଇତିହାସର ପ୍ରଦର୍ଶନ ହୋଇଥିଲା । ଓଡ଼ିଶା ବାଲି, ଜାଭା , ସୁମାତ୍ରା ଓ ଅନ୍ୟ ଆସିଆନ ଦେଶ ଗୁଡ଼ିକ ସହ ବେପାର ବଣିଜ ବିକଶିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କଥା ଏଥିରେ ଦର୍ଶଯାଇଥିଲା । ତେଣୁ ଏସବୁ ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିନଥିଲା । ସେମାନେ ଏସବୁ ଦେଖି ପୁରୁଣା ସ୍ମୃତି ଚାରଣ କରିଥିଲେ । ତେବେ ଆଜି ଦିଲ୍ଲୀରରେ ଓଡ଼ିଶା ତରଫରୁ ସାଂସ୍କୃତିକ ଆଦାନ ପ୍ରଦାନଙ୍କୁ ଦର୍ଶାଯାଥିଲା । ଏହା ବ୍ୟତୀତ ମହିଳାମାନେ ବୋଇତ ବନ୍ଦାଣ ପ୍ରଦର୍ଶନ କରିଥିଲେ ।