ଠକିଦେଲେ ମୁଖ୍ୟମନ୍ତ୍ରୀ : ଓଡିଆ ଭାଷା ବ୍ୟବହାର ପାଇଁ ନିଷ୍ପତି ନେଲେ କିନ୍ତୁ ଦଣ୍ଡବିଧାନ ନେଇ ସ୍ପଷ୍ଟ କଲେନି

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଠକିଦେଲେ ମୁଖ୍ୟମନ୍ତ୍ରୀ । ସରକାରୀ ସ୍ତରରେ ଓଡିଆ ଭାଷାର କାର୍ଯ୍ୟକାରୀତା ନେଇ ଉଠିଥିବା ଦାବିକୁ ଖୁବ ଚାଲାକିର ସହ ଏଡାଇ ଯାଇଛନ୍ତି ରାଜ୍ୟ ସରକାର । କ୍ୟାବିନେଟର ନିଷ୍ପତି ହେଲା, କିନ୍ତୁ ଏହାକୁ ଗ୍ରହଣ କରିବାକୁ ଭାଷାବିତ ନାରାଜ । ଅଗଷ୍ଟ ୧୫ରୁ ଓଡିଆ ଭାଷା ଆଇନ କାର୍ଯ୍ୟକାରୀ ହେବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଫଳରେ ଅଧପନ୍ତରିଆ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ତେବେ ବଡ କଥା ହେଉଛି, ଆଇନ କିଭଳି କାର୍ଯ୍ୟକାରୀ କରାଯିବ, ନିୟମ ପାଳ ନ’ହେଲେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବାବଦରେ ସମସ୍ତଙ୍କୁ ଅନ୍ଧାରରେ ରଖାଯାଇଛି। ତେବେ ଏହାକୁ ନେଇ ଭାଷା ଆନ୍ଦୋଳନ ପୁଣି ଥରେ ଜୋରଦାର କରାଯିବ ବୋଲି ଚେତାବନୀ ଦିଆସରିଛି । ପୁଣିଥରେ କଳାପତାକା ଶୋଭାଯାତ୍ରା ସହ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଅଂଟା ଭିଡିଛନ୍ତି ବିଭିନ୍ନ ସଂଗଠନ ।