ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ! ବ୍ରାହ୍ମଣୀ ନଦୀ ସେତୁ ସମେତ ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର କରିବେ ଶିଳାନ୍ୟାସ

17

କନକ ବ୍ୟୁରୋ : ଓଡିଶାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ନଦୀ ସେତୁ ସମେତ ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ରାଉରକେଲା ନିକଟ ବ୍ରାହ୍ମଣୀ ନଦୀ ଉପରେ ୬ ଲେନ୍ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ଭୂମିପୂଜନ କରିବେ ନୀତିନ ଗଡକରୀ । ଏହି କାର୍ଯ୍ୟକ୍ରମରେ ଗଡକରୀଙ୍କ ସହ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ।

ବ୍ରାହ୍ମଣୀ ସେତୁ ଶିଳାନ୍ୟାସ ସହ ୨୩ ନମ୍ବର ଜାତୀୟ ରାଜପଥ ତଥା ନୂତନ ଜାତୀୟ ରାଜପଥ ୧୪୩ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଅନ୍ତିମ ସେକ୍ସନର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଯାଇ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଦିଲ୍ଲୀ ଫେରିଯିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।