ସରିଲା ପୁରୀରେ ଆୟୋଜିତ ନୀତି ସବ୍-କମିଟି ବୈଠକ : ରାତି ସାଢେ ୧୧ଟାରେ ପହୁଡ, ପାହାନ୍ତି ୩ଟାରେ ଦ୍ୱାର ଫିଟା ନୀତି
ଖର୍ଚ୍ଚକୁ ହିସାବ କରି ଧାର୍ଯ୍ୟ ହେବ ଅବଢ଼ା ଦର
କନକ ବ୍ୟୁରୋ: ପୁରୀରେ ଆୟୋଜିତ ନୀତି ସବ୍-କମିଟି ବୈଠକ ଶେଷ ହୋଇଛି। ଏହି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଆୟୋଜିତ ହୋଇଥିବା ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ୟ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି। ଏଥିସହିତ ରାତି ୧୧.୩୦ଟାରେ ପହୁଡ, ପାହାନ୍ତି ୩ଟାରେ ଦ୍ୱାରା ଫିଟା ନୀତି ହେବ। ଅନଲାଇନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯେଉଁ ଟିକେଟ ବ୍ୟବସ୍ଥାର ଆୟୋଜନ କରାଯିବ ବୋଲି ଯୋଜନା ଚାଲିଛି ବୋଲି ଖବର ପ୍ରକାଶ ପାଇଥିଲା ସେ ନେଇ ବି ଆଲୋଚନା ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ନୀତି ସବ୍-କିମିଟି ବୈଠକରେ ପ୍ରତିହାରୀ ନିଯୋଗକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଅଯାଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନେଇ ବି ଆଲୋଚନା ହୋଇଥିଲା। ତେବେ ବରାଦି ଭୋଗରେ ମହାପ୍ରସାଦ ପ୍ରସ୍ତୁତ ନେଇ ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଆସିବ। ଏହି ରିପୋର୍ଟ ପରେ ମହାପ୍ରସାଦର ଦର ତାଲିକା ପ୍ରକାଶ ପାଇବ। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ଥିବା ପନ୍ତୀଘରକୁ ଭାଙ୍ଗି ଦିଆଯାଇଥିଲା। ଏହାକୁ ପୁଣି ଥରେ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା।