ପଡ଼ୋଶୀ ସାଜିଲା ସଇତାନ ! ସାମାନ୍ୟ କଳହକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣରେ ନାତୁଣୀ ମୃତ, ଆଈ ଗୁରୁତର

26

କନକ ବ୍ୟୁରୋ: ପଡ଼ୋଶୀ ସାଜିଲା ସଇତାନ । ସାମାନ୍ୟ କଳହକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟଇଲା ପଡୋଶୀ । ଆଈ, ନାତୁଣୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛି ଦୁବୃର୍ତ୍ତ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ନାତୁଣିର ମୃତ୍ୟୁ ହୋଇଛି । ଏବଂ ଆଈଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବହ୍ମପୁର ହିଞ୍ଜିଳି ଥାନା ବାଦିଆମ୍ବା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ଏହି ଅଘଟଣ ଘଟାଇଥିବା ଦୁବୃର୍ତ୍ତଙ୍କୁ ଗ୍ରାମବାସୀ ବାନ୍ଧି ପକାଇଥିବା ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।