ମହାନଦୀ ଜଳବିବାଦ ପ୍ରସଙ୍ଗରେ ବିଜୟଙ୍କ ବାଣ : କେନ୍ଦ୍ର ଉପରେ ବର୍ଷିଲେ ,କହିଲେ ଓଡିଶାର ସ୍ୱାର୍ଥକୁ କରାଯାଉଛି ଅଣଦେଖା

26

କନକ ବ୍ୟୁରୋ :  ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ବାଣ । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଛତିଶଗଡକୁ ସମର୍ଥନ କରି ଓ ଟ୍ରିବ୍ୟୁନାଲ ଗଠନ ନ କରି ଓଡିଶା ପ୍ରତି କେନ୍ଦ୍ର ଅଣଦେଖା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଏହା ସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ବିଜୟ ।

ଏ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଉପରେ ବର୍ଷିଛନ୍ତି ବିଜୟ । ସେ କହିଛନ୍ତି, ଛତିଶଗଡକୁ କେନ୍ଦ୍ର ଅହେତୁକ ଅନୁକମ୍ପା ଦେଖାଉଛି । ସତ୍ୟପାଠରେ ଏକପାଖିଆ ନିଷ୍ପତ୍ତିକୁ ଦର୍ଶାଇଛି ଜଳସମ୍ପଦ ମନ୍ତ୍ରଣାଳୟ । ଗତ ସପ୍ତାହରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଛତିଶଗଡ-ଓଡିଶା ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଥିଲେ । ଏଥିପାଇଁ ଓଡିଶା ଦୀର୍ଘଦିନ ହେଲା ଦାବି କରିଆସୁଥିଲା । ଟ୍ରିବ୍ୟୁନାଲ ଗଠନ ପାଇଁ ମନା କରିଦେବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସବୁଦଳ ଏହା ବିରୋଧରେ ଲଢେଇ କରିବାକୁ ନିଷ୍ପତ୍ତିି ନେଇଛନ୍ତି ।