ନକ୍ସଲଙ୍କ ଟାର୍ଗେଟରେ ଓଡିଆ କ୍ୟାମେରାମ୍ୟାନ । ଖବର ସଂଗ୍ରହ ବେଳେ ନକ୍ସଲ ମାରିଲେ ଗୁଳି
ଅରନପୁର ଥାନା ଅଞ୍ଚଳରେ ଥିବା ନୀଲାବାୟା ଜଙ୍ଗଲରେ ବାଟ ଦେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ହଠାତ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ସହ ପୋଲିସର ଗୁଳିବିନିମୟ ସମୟରେ ଓଡିଆ କ୍ୟାମେରାମ୍ୟାନଙ୍କ ଦେହରେ ଗୁଳି ବାଜିଥିଲା ।
କନକ ବ୍ୟୁରୋ : ଛତିଶଗଡର ଦନ୍ତେୱାଡାର ଅରନପୁର ନିକଟରେ ମାଓ ହମଲା । କିନ୍ତୁ ଏଥର ମାଓବାଦୀଙ୍କ ଟାର୍ଗେଟରେ ରହିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଆଉ ଏହି ଆକ୍ରମଣରେ ଯେଉଁଥିରେ ଦୂରଦର୍ଶନର ଜଣେ କ୍ୟାମେରାମାନଙ୍କର ମୃତ୍ୟୁ ହେବା ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ମୃତ କ୍ୟାମେରାମ୍ୟାନ ଜଣଙ୍କ ହେଉଛନ୍ତି ଓଡିଶା ଲୋଇସିଂହାର ଅଚ୍ୟୁତାନନ୍ଦ ସାହୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଛତିଶଗଡର ନିର୍ବାଚନ ଖବର ସଂଗ୍ରହ କରିବାକୁ ଅଚ୍ୟୁତ ଦନ୍ତେୱାଡା ଯାଇଥିବା ବେଳେ ତାଙ୍କର ସୁରକ୍ଷାରେ ମଧ୍ୟ ଦୁଇଜଣ ଯବାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଅରନପୁର ଥାନା ଅଞ୍ଚଳରେ ଥିବା ନୀଲାବାୟା ଜଙ୍ଗଲରେ ବାଟ ଦେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ହଠାତ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ସହ ପୋଲିସର ଗୁଳିବିନିମୟ ସମୟରେ ଓଡିଆ କ୍ୟାମେରାମ୍ୟାନଙ୍କ ଦେହରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଦୁଇ ଯବାନ ସହିଦ ହୋଇଥିବା ବେଳେ କ୍ୟାମେରାମ୍ୟାନ ଆହତ ହୋଇଥିଲେ । ତେବେ ହସ୍ପିଟାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।