ନବୀନଙ୍କ ଫମ୍ପା ମାଠିଆକୁ ଧର୍ମେନ୍ଦ୍ରଙ୍କ ଭଙ୍ଗା ମାଠିଆ !

61

କନକ ବ୍ୟୁରୋ: ନବୀନଙ୍କ ପମ୍ପା ମାଠିଆର ଜବାବ ରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଭାଙ୍ଗି ଗଲାଣି ନବୀନଙ୍କ ମାଠିଆ । ତୈଳ ଦର ହ୍ରାସ ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କୁ ୨ଟଙ୍କା ୫୦ ଭାଟ୍ ପଇସା କମାଇବା ପାଇଁ ଅହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏହାସହ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

naveen vs dharmendraଗତ ୨ ତାରିଖ ଦିନ କେନ୍ଦ୍ର ସରକାରଙ୍କୁ ଫମ୍ପା ମାଠିଆ କହି ମୋଦିଙ୍କ ଉପରେ ବର୍ଷିଥିଲେ ନବୀନ । ଯାହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ଟାର୍ଗେଟ କରି ପ୍ରଧାନ କହିଛନ୍ତି ଯେ, ଟଙ୍କିକିଆ ଚାଉଳକୁ ନେଇ ବିଜେଡି ନାଟକ ରଚନା କରୁଛି । ରାଜନୈତିକ ଉଦ୍ଦେଶ୍ୟ ରଖି ନବୀନ ସରକାର  ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା  କରିଛନ୍ତି । ଦଳୀୟ କର୍ମୀ ମାନଙ୍କୁ ଏହି ଯୋଜନାରେ ସାମିଲ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ତେଲ ଦର ନେଇ ଭାରତ ସରକାର ସଚେତନ ଅଛନ୍ତି । ତେଲ ଦର ୨ଟଙ୍କା ୫୦ ପଇସା କମାଇବାକୁ କେନ୍ଦ୍ର ନିଷ୍ପତି ନେଇଛି । ରାଜ୍ୟ ସରକାର ନିଜ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ତେବେ ରାଜନୈତିକ ଅଭିସନ୍ଧିରେ ପ୍ରକୃତରେ କାହାର ଫମ୍ପା ମାଠିଆ ଏବଂ କାହାର ଭଙ୍ଗା ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ନିର୍ବାଚନ ପାଖେଇ ଆସିବାରୁ ରାଜନୈତିକ ଏଭଳି ତେଲ ଦର କମାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ବୋଲି କଂଗ୍ରେସ କହିଛି ।