ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ମିଳିବ ୩ଟି ପଦୋନ୍ନତି ପାଇଁ ସୁଯୋଗ, ବେତନ ବି ବୃଦ୍ଧି ପାଇବ

70

କନକ ବ୍ୟୁରୋ : ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ ଓ ଗ୍ରେଡ ପେ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି । ଶିକ୍ଷକଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ ସେମାନଙ୍କ କ୍ୟାଡରରେ ପରିବର୍ତ୍ତନ ଆଣି ସେମାନଙ୍କ ଚାକିରୀ କାଳ ମଧ୍ୟରେ ଅତି କମରେ ୩ଟି ପିରବର୍ତ୍ତନ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍ ପେ ବୃଦ୍ଧି ନେଇ ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ସଚିବ ଉପସ୍ଥିତ ରହିଥିଲେ ।

NAVEEN on grade pay

ଏହି ନିଷ୍ପତି ଅନୁସାରେ ଏଲିମେଂଟାରୀ କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏହା ସହ ଲେବୁଲ-୪ ଓ ଲେବୁଲ-୨ ପଦବୀ ସଂଖ୍ୟା ଯଥେଷ୍ଟ ବଢାଇ ଦିଆଯାଇଛି ଏବଂ ବେତନ ହାରରେ ବୃଦ୍ଧି ମଧ୍ୟ ଘଟିଛି । ଏହି ପଦୋନ୍ନତି ପାଇଁ ଦୀର୍ଘଦିନ ଧରି ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଆସୁଥିଲା । ସରକାରଙ୍କ ଏହି ନିଷ୍ପତି ଫଳରେ ରାଜ୍ୟରେ ପ୍ରାୟ ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ।