ରାଜନୀତିରେ ବଦଳୁଛି ଓଡିଶାର ଚିତ୍ର : ନୀତି ଆୟୋଗ ବୈଠକରେ ନବୀନ କହିଲେ ଗରିବି ହଟାଇବାରେ ଓଡିଶା ରୋଲ ମଡେଲ

50

କନକ ବ୍ୟୁରୋ : ସାରା ଦେଶର ବିକାଶ ପାଇଁ ନୀତି ପ୍ରଣୟନ କରୁଥିବା ସବୁଠାରୁ ବଡ ଫୋରମ, ନୀତି ଆୟୋଗ ବୈଠକରେ ଓଡିଶାର ଗୋଲାପୀ ଚିତ୍ର ରଖିଛନ୍ତି ନବୀନ । କହିଛନ୍ତି, ସାମଗ୍ରୀକ ବିକାଶ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ସବୁଠୁ ଆଗୁଆ ।

ଓଡିଶା ଏକ ବିକାଶର ମଡେଲ୍ ବୋଲି କହିଛନ୍ତି ନବୀନ । ଏଥିସହ କିନ୍ତୁ ନବୀନ ଓଡିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି । ଉତର-ପୂର୍ବାଂଚଳ ରାଜ୍ୟପରି ଓଡିଶାକୁ ଅଧିକ କେନ୍ଦ୍ରୀୟ ଅନୁଦାନ ଦେବାକୁ ନବୀନ ଦାବି କରିଛନ୍ତି ।