ଏବେ ପାସପୋର୍ଟ ପାଇଁ ହିନ୍ଦିରେ କରିପାରିବେ ଅନଲାଇନ୍ ଆବେଦନ !

20

ଲୋକଙ୍କ ସୁବିଧା ପାଇଁ ଏବେ ନୂଆ ନିୟମ ଜାରି ହୋଇଛି । ଏବେ ପାସପୋର୍ଟ ପାଇଁ ହିନ୍ଦିରେ ଆବେଦନ କରିପାରିବେ । ବିଦେଶ ମନ୍ତ୍ରାଳୟ ଏହି ନିୟମ ଜାରି କରିଛନ୍ତି । ଯାହା ଦ୍ୱାରା ପାସପୋର୍ଟ ପାଇଁ ଅନଲାଇନ ଆବେଦନ ହିନ୍ଦିରେ କରାଯାଇପାରିବ ।

ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ଦ୍ୱାରା ସଂସଦୀୟ କମିଟିର ୯ତମ ରିପୋର୍ଟର ସୁପାରିଶ କ୍ରମେ ଏହା କାର୍ଯ୍ୟକାରୀ ହୋଇଛି । ୨୦୧୧ରେ ଏହି ରିପୋର୍ଟକୁ ସରକାରଙ୍କୁ ଦିଆଯାଇଥିଲା । କମିଟି ମତ ଦେଇଥିଲା ପାସପୋର୍ଟ ଅଫିସରେ ହିନ୍ଦିରେ ଆବେଦନ ଫର୍ମକୁ ଗ୍ରହଣ କରାଯିବା ଉଚିତ । ଏବେ ସରକାର ଏହି ନିୟମକୁ କାର୍ଯ୍ୟକାରୀ କରିଛନ୍ତି । ଲୋକେ ପାସପୋର୍ଟର ଆବେଦନ ଫର୍ମ ଡାଉନଲୋଡ କରି ହିନ୍ଦିରେ ଫର୍ମ ପୂରଣ କରିପାରିବେ ।