ପୁଣି ଅସୁସ୍ଥ ନଗଡ଼ା ଶିଶୁ ! ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି ହେଲେ ନଗଡ଼ାର ୩ଶିଶୁ

20

କନକ ବ୍ୟୁରୋ : ପୁଣି ଅସୁସ୍ଥ ହୋଇପଡିଛନ୍ତି ନଗଡ଼ା ଶିଶୁ । ଯାଜପୁର ରୋଡ ପୁଷ୍ଟିସାଧନ କେନ୍ଦ୍ରରେ ନଗଡ଼ାର ୩ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଛି । ମ୍ୟାଲେରିଆ ଓ ରକ୍ତହୀନତାରେ ପୀଡିତ ହୋଇଥିବା ୩ଜଣ ଶିଶୁଙ୍କ ଚିକିତ୍ସା କରୁଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ।

ନିର୍ଦ୍ଦେଶକ ଡାକ୍ତର ବିନୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ପୀଡିତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରାଯାଉଛି । ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଓ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଫଣୀନ୍ଦ୍ର କୁମାର ପାଣିଗ୍ରାହୀ ପିଲାଙ୍କ ଚିକିତ୍ସା କରୁଛନ୍ତି  ।