ନବରଙ୍ଗପୁର ବିଧାୟକଙ୍କ ପତ୍ନୀଙ୍କ ନାଁରେ ଜବ କାର୍ଡ ମାମଲା ! ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ମନୋହର ରାନ୍ଧାରୀ

51

କନକ ବ୍ୟୁରୋ : ପତ୍ନୀଙ୍କ ନାଁରେ ଜବ କାର୍ଡ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନବରଙ୍ଗପୁର ବିଧାୟକ ମନୋହର ରାନ୍ଧାରୀ । ମନୋହର ରାନ୍ଧାରୀ ଏକ ଗଣମାଧ୍ୟମ ସମ୍ମିଳନୀ କରି କହିଛନ୍ତି ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଏବଂ କପୋଳ କଳ୍ପିତ । ସେ କହିଛନ୍ତି ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ ମାନହାନୀ ମୋକଦମା କରିବି । ମୋ ନାମରେ ଫେକ୍ ଫେସବୁକ୍ ଆକାଉଂଟ ଖୋଲାଯାଇଛି । ଏହା ବିରୋଧରେ କୋର୍ଟର ଆଶ୍ରୟ ନେଇଛି । ଦୋଷୀଙ୍କୁ ଚିହ୍ନଟ କରାଯାଉ । ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-