ଖରାଦିନିଆ ପାନୀୟ ମନ୍ଦାର ଫୁଲର ରସ ; ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି

44

ଭାରତର କେତୋଟି ପ୍ରାନ୍ତରେ ହିଁ ମନ୍ଦାରଫୁଲର ରସ ପାନୀୟର ଲୋକପ୍ରିୟତା ରହିଛି । ଜମ୍ମୁ, କେରଳ ,ପଣ୍ଡିଚେରୀର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ଏହି ପାନୀୟ ଉପଲବ୍ଧ ହୋଇଥାଏ । ତେବେ ଏହା ପଣ୍ଡିଚେରୀ ଓ କେରଳରେ ଖରାଦିନିଆ ବିଶେଷ ପାନୀୟ ଭାବେ ଜଣାଯାଇଥାଏ ।

ସାମଗ୍ରୀ –
୪କପ୍ ପାଣି , ଅଧକପ୍ ଚିନି ,୧କପ୍ ଶୁଖିଲା ମନ୍ଦାର ଫୁଲ ପାଖୁଡା ,ଛୋଟଛୋଟ ଆକାରରେ କଟା ଅଦା ଖଣ୍ଡ ,ଲେମ୍ବୁ ରସ ୧ ଚାମଚ

ଏହି ପାନୀୟକୁ କେମିତି କରିବେ ପ୍ରସ୍ତୁତି ?
ପ୍ରଥମେ ୪କପ୍ ପାଣିକୁ ଏକ ପାତ୍ରରେ ରଖି ଚୁଲାରେ ବସାଇ ଭଲଭାବେ ଫୁଟାନ୍ତୁ । ପାଣି ଫୁଟିବା ପରେ ଅଦା ଖଣ୍ଡ ପକାଇବେ । ଏହା ପରେ ଚିନି ପକାଇ ୫ ମିନିଟ୍ ଫୁଟାଇବେ । ବର୍ତ୍ତମାନ ଚୁଲା ବନ୍ଦ କରି ସେହି ପାତ୍ରରେ ଶୁଖିଲା ମନ୍ଦାର ଫୁଲ ପାଖୁଡାକୁ ପକାଇ ପାତ୍ରକୁ ଘୋଡାଇ ୨୦ମିନିଟ୍ ରଖିବେ । ମନ୍ଦାର ଫୁଲ ରସ ପାନୀୟରେ ବରଫ ଖଣ୍ଡ ପକାଇ ଏହି ପାନୀୟର ମଜା ଖରାଦିନେ ନେଇପାରିବେ ।

ଏହାସହ ମଧ୍ୟ ପଢନ୍ତୁ – ଖରା ଦିନରେ ସ୍ୱାସ୍ଥ୍ୟ ସମସ୍ୟା ! ଜାଣନ୍ତୁ କେମିତି ହେବା ସଚେତନ –