ପେଟ୍ରୋଲ ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ, ଯଦି ମୋଦି ସରକାର ଏହି ସୁପାରିଶକୁ ଦିଅନ୍ତି ମଂଜୁରୀ

23

ନୀତି ଆୟୋଗ ଏମିତି ନୀତି ପ୍ରସ୍ତୁତ କରୁଛନ୍ତି, ଯଦ୍ୱାରା ପେଟ୍ରୋଲ କାର ଉପରେ ଖର୍ଚ୍ଚ ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ । ଏହା ଅଧିନରେ ପେଟ୍ରୋଲରେ ଚାଲୁଥିବା ଯାତ୍ରୀ ବାହାନରେ ୧୫ ପ୍ରତିଶତ ମିଥାନଲ ମିଶାଯିବ । ଏବେ ଏହାକୁ ଅନିର୍ବାର୍ଯ୍ୟ ବନାଇବା ପାଇଁ କ୍ୟାବିନେଟ୍ ଅତି ଶୀଘ୍ର ନୋଟ୍ ଆଣିବ । ଯଦି ମଂଜୁରୀ ମିଳିବ, ତେବେ ପେଟ୍ରୋଲର ଖର୍ଚ୍ଚ ୧୦ ପ୍ରତିଶତ କମ୍ ହୋଇଯିବ ।

ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳ ଉପରେ ପଡିବ । ଏହାର ଅମାଦାନୀରେ ସରକାରକୁ ବହୁତ ସେଭିଙ୍ଗ ହେବ । ଜଣେ ବଡ ସରକାରୀ ଅଧିକାରୀଙ୍କ କହିବା ମୁତାବକ କ୍ୟାବିନେଟ୍ ସେକ୍ରେଟାରୀ ପି. କେ ସିହ୍ନା ନିଜେ ଏହି ମାମଲାରେ ନଜର ରଖିଛନ୍ତି । ନୀତି ଆୟୋଗ ‘ମିଥାନଲ ଇକୋନୋମି’ର ଏକ ବଡ ରୋଡ୍ ମ୍ୟାପ ତିଆରି କରିଥିଲେ । ଏଥିରେ ବେଁ ୨୦୩୦ ପର୍ଯ୍ୟନ୍ତ କଂଚାତେଲର ରପ୍ତାନୀ ଉପରେ ଖର୍ଚ୍ଚରେ ବାର୍ଷିକ ୧୦୦ ଅରବ ଡଲାର ଇନ୍ଧନ କମାଇବାର କଥା କୁହାଯାଇଛି । ଆୟୋଗର କହିବାନୁସାରେ୧୫ ପ୍ରତିଶତ ବ୍ଲେଣ୍ଡେଡ ଫ୍ୟୁଲ କୁ ଆପଣେଇବା ପରେ ହିଁ ଏହା ସମ୍ଭବ ହେବ ।

ଏବେ ଦେଶରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ବ୍ଲେଣ୍ଡେଡ ପେଟ୍ରୋଲ ବିକ୍ରି କରିବାର ଅନୁମତି ଅଛି । ଇଥାନଲର ମୂଲ୍ୟ ଏବେ ୪୨ ଟଙ୍କା ପ୍ରତି ଲିଟର ଅଛି । ଯେବେକି ମିଥାନଲର ଦାମ ୨୦ ଟଙ୍କା ପ୍ରତି ଲିଟରରୁ ବି କମ୍ ରହିବାର ଅନୁମାନ ଲଗାଯାଇଛି । ଏମତିରେ ପେଟ୍ରୋଲରେ ୧୫ ପ୍ରତିଶତ ମିଥାନଲ ମିଶାଇଲେ ପେଟ୍ରୋଲର ଦାମରେ ୧୦ ପ୍ରତିଶତ କମିଯିବ । ଏହି ପ୍ରସ୍ତାବ ଉପରେ ଅଟୋ କମ୍ପାନୀ ସମ୍ଭାଳିକି ପ୍ରତିକ୍ରିୟା ଦେଇଛନ୍ତି ।

ଟେକିନିକାଲ ଭାବେ ମିଥାନଲ ବ୍ଲେଣ୍ଡେଡ୍ ପେଟ୍ରୋଲ ସମ୍ଭବ । କିନ୍ତୁ ଏଥିରେ ଦୁଇଟି ଚ୍ୟାଲେଂଜ ଆସିବ । ବ୍ଳେଣ୍ଡେଡ୍ ପେଟ୍ରୋଲର ସ୍ଥିରତା ଓ କ’ଣ ଇଂଜିନ୍ ତାହାର ବ୍ୟବହାର କରିବା ଯୋଗ୍ୟ ? ପ୍ରଥମ ସମସ୍ୟା ଆମେ ସମାଧାନ କରିପାରିବା, କିନ୍ତୁ ଅନ୍ୟ ଚ୍ୟାଲେଂଜ ଦୂର କରିବା ପାଇଁ ତେଲ କମ୍ପାନୀ ଓ ଅଟୋ କମ୍ପାନୀକୁ ମିଶି କାମ କରିବାକୁ ପଡିବ ।