ଆମକୁ ବସ୍ ଦିଅ । ରାଜରାସ୍ତା ଉପରେ ଧାରଣାରେ ବସିଲେ କୁନି କୁନି ଛାତ୍ରଛାତ୍ରୀ

30

କନକ ବ୍ୟୁରୋ : ଧାରଣାରେ ବସିଛନ୍ତି କୁନି କୁନି ସ୍କୁଲ ଛାତ୍ରଛାତ୍ରୀ । ଆଉ ଧାରଣାରେ ବସିଥିବା ଏହି ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ହେଉଛି ବସ ଚଳାଚଳ । ବଡ଼ବିଲ୍ ଥାନା ଭଦ୍ରାସାହି ଅଂଚଳର ଏକାଧିକ ସ୍କୁଲର ଛାତ୍ରଛାତ୍ରୀ ଯିବା ଆସିବା ପାଇଁ ସ୍ଥାନୀୟ ଖଣି କର୍ତୃପକ୍ଷ ସହାୟତାରେ ଚାଲୁଥିବା ବସ୍ ଉପରେ ନିର୍ଭର କରୁଥିଲେ । ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠିରେ ଖଣି ଓ କାରଖାନା କର୍ତୃପକ୍ଷ ବସ ଚଳାଚଳ କରାଇଥିଲେ ।

ତେବେ ଗତ କିଛି ଦିନ ହେଲା ବସ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି କର୍ତୃପକ୍ଷ । ବସ୍ ଚଳାଚଳ ଦାବିରେ ସେରେଣ୍ଡାଠାରେ ଭଦ୍ରାସାହି ବଡ଼ବିଲ ରାସ୍ତାକୁ ଅବରୋଧ କରିଥିଲେ ସ୍କୁଲ ଛାତ୍ରଛାତ୍ରୀ । ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ କୋଟି କୋଟି ଟଙ୍କା ପାଉଥିବା ଖଣି କର୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ଉଠିଛି ପ୍ରଶ୍ନ ।