ଆଜିଠୁ ଅଗଷ୍ଟ ୩ ଯାଏଁ ଲାଲବାହିନୀର ସହିଦ ସପ୍ତାହ ! ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନୂଆ ଗଣତାନ୍ତ୍ରିକ ଦେଶ ଗଢିବାକୁ ମାଓବାଦୀଙ୍କ ଆହ୍ୱାନ

25

କନକ ବ୍ୟୁରୋ : ସହିଦ ସପ୍ତାହ ପାଳନ କରୁଛି ଲାଲବାହିନୀ । ଆଜି ଠାରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓ ସପ୍ତାହ ପାଳନ ପାଇଁ ଧମକ ଦେଇଛନ୍ତି ମାଓବାଦୀ । ନୂଆ ଗଣତାନ୍ତ୍ରିକ ଦେଶ ଗଢ଼ିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ନକ୍ସଲ । ସହିଦ ସପ୍ତାହକୁ ନଜରରେ ରଖି ଲାଲ କରିଡରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓ ସହିଦ ସପ୍ତାହ ପାଳନ ପ୍ରସଙ୍ଗରେ ପୁଲିସ୍ ଡିଜି କହିଛନ୍ତି ମାଓବାଦୀଙ୍କ ମୁକାବିଲା ପାଇଁ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ପେଟ୍ରୋଲିଂଙ୍ଗକୁ କଡାକଡି କରାଯାଇଛି । ଗାଡି ମଟରକୁ ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ସୁରକ୍ଷା କର୍ମୀ ।