ସାହସ ଦେଖାଇଲେ ସାହସୀ ଜିଲ୍ଲାପାଳ । ମାଓଗଡରେ ପହଞ୍ଚିଲେ, ଲୋକଙ୍କ ସମସ୍ୟା ପଚାରି ବୁଝିଲେ

406

କନକ ବ୍ୟୁରୋ : ଲାଲଗଡରେ ସାହସୀ ଜିଲ୍ଲାପାଳ । ଯେଉଁ ଅଞ୍ଚଳକୁ ଯିବାକୁ ସରକାରୀ ଅଧିକାରୀ ମାନେ ଭୟ କରିଥାନ୍ତି ସେଭଳି ଅପହଞ୍ଚ ଇଲାକାରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ଆଉ ଜିଲ୍ଲାପାଳଙ୍କ ଏଭଳି ପ୍ରୟାସ ଯୋଗୁଁ ମାଲକାନଗିରିର ଅପହଞ୍ଚ ଇଲାକାରେ ପ୍ରଥମଥର ପାଇଁ ପଡିଲା ପ୍ରଶାସନର ପାଦ । ଅପହଞ୍ଚ ଇଲାକାରେ ବିକାଶର ସ୍ଥିତି କଣ ତାହା ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ।

ମାଲକାନଗିରିର କାଳିମେଳା । ମାଓବାଦୀଙ୍କର ଗଡ ରହି ଆସିଥିବା ଏହି ଅଞ୍ଚଳରେ ଏବେ ବିକାଶର ଯାତ୍ରା ଆରମ୍ଭ ହୋଇଛି । ସରକାରୀ ଯୋଜନାକୁ ଏହି ଅପହଞ୍ଚ ଇଲାକାରେ ପହଞ୍ଚାଇବା ପାଇଁ ଏବେ ମାଲକାନଗିରି ଜିଲ୍ଲାପାଳ ବଡ଼ ଉଦ୍ୟମ କରିଛନ୍ତି । ୩୦ ଥର ଟେଣ୍ଡର ବାତିଲ ହେବା ପରେ ମାଲକାନଗିରି କାଲିମେଳା ବ୍ଲକ କୁରୁବ ଗାଁରେ ଆରମ୍ଭ ହୋଇଥିବା ରାସ୍ତାକାମ ଦେଖିବାକୁ ପହଞ୍ଚିଥିଲେ ଜିଲ୍ଲାପାଳ । ଅଧିକାଂଶ ବିଭାଗର ଅଧିକାରୀଙ୍କୁ ସାଥୀରେ ନେଇ କୁରୁବ ଗାଁରେ ପହଞ୍ଚିଥିଲେ ମନୀଷ ।

ଆଉ ଜଜିଲ୍ଳାପାଳ ମନୀଷ ଅଗ୍ରୱାଲଙ୍କ ନେତୃତ୍ୱରେ ଅଧିକାରୀମାନେ ପହଚିଂ ରାସ୍ତା କାମର ଅନୁଧ୍ୟାନ କରିଛନ୍ତି । କେବଳ ରାସ୍ତା କାମ ନୁହେଁ ବରଂ ଏହି ଅଞ୍ଚଳରେ କଣ ବିକାଶ କରାଯାଇପାରିବ ସେନେଇ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ । ଗ୍ରାମବାସୀଙ୍କ ଠାରୁ ସମସ୍ୟା ବାବଦରେ ଅବଗତ ହେବା ପରେ ଏହି ଅଞ୍ଚଳ ବୁଲି ଦେଖିବା ସହ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ମନୀଷ ।

ପ୍ରଥମ ଥର ପାଇଁ କୌଣସି ପ୍ରଶାସନ ଅଧିକାରୀ କୁରୁବ ଗାଁରେ ପାଦ ରଖିଥିଲେ । ଆଉ ଜିଲ୍ଳାପାଳଙ୍କୁ ପାଖରେ ପାଇ ନିଜ ଦୀର୍ଘ ଦିନର ଦାବି ମନୀଷଙ୍କ ସାମ୍ନାରେ ରଖିଥିଲେ ଗ୍ରାମବାସୀ । କୁରୁବ ମାଓ ପ୍ରଭାବିତ ଅଞ୍ଚଳରେ ଆସୁଥିବାରୁ ଜିଲ୍ଲାପାଳଙ୍କୁ ବିଏସଏଫ୍ ଯବାନଙ୍କ ସୁରକ୍ଷାବଳୟ ମଧ୍ୟରେ ନିଆଯାଇଥିଲା ।