ଛତିଶଗଡ ଜଳ ସଂପଦ ଯନ୍ତ୍ରୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ : ମହାନଦୀ ଉପରମୁଣ୍ଡରେ ନିର୍ମାଣ ପ୍ରକଳ୍ପ ପ୍ରସଙ୍ଗରେ ମାଗିଲେ ତଥ୍ୟ

40

ବିଳାସପୁର : ବିଳାସପୁରରେ ଛତିଶଗଡ ଜଳ ସଂପଦ ଅଧିକାରୀଙ୍କୁ ଭେଟିଲେ ବିଜେଡି ପୂର୍ଣ୍ଣାଙ୍ଗ କମିଟି । ମହାନଦୀ ଉପରମୁଣ୍ଡରେ ଛତିଶଗଡ ସରକାର କରୁଥିବା ପ୍ରକଳ୍ପ ବାବଦରେ ତଥ୍ୟ ମାଗିଛନ୍ତି ପ୍ରସଙ୍ଗରେ ବିଜେଡି ପ୍ରତିନିଧି ଦଳ । ଛତିଶଗଡ ଟିମର ନେତୃତ୍ୱ ନେଉଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଚ ଆର କୋଠାରେ । କ୍ଷୁଦ୍ର ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଏସ ଶ୍ରୀବାସ୍ତବ ଓ ବୃହତ ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଆର. ଏନ ଦିବ୍ୟ ବୈଠକରେ ସାମିଲ ହୋଇଥିଲେ । ଆଜି ବିଜେଡି ଟିମ୍ ଆଉ ୩ଟି ପ୍ରକଳ୍ପ ଅଂଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।