ରାଜ୍ୟରେ ଲଘୁଚାପ ସୃଷ୍ଟିରେ ପ୍ରବଳ ବର୍ଷା : ୨୪ ରୁ ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା

55

କନକ ବ୍ୟୁରୋ : ରାଜ୍ୟରେ ପୁଣି ଲଘୁଚାପ ସୃଷ୍ଟିରେ ପ୍ରବଳ ବର୍ଷା ଲାଗିରିହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ୨୪ ରୁ ୪୮ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଣ୍ଟାକୁ ୬୦କିମି ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତକାଲି ଭଦ୍ରକରେ ୧୧୦ ମିଲିମିଟର ବର୍ଷା ରେର୍କଡ ହୋଇଛି । ବିଶେଷ କରି ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ମୟୁରଭଂଜ ଆଦି ଅଂଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣେିପାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି । ସେପଟେ ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହି ଆଧାରରେ ରାଜ୍ୟର ସବୁ ବନ୍ଦରରେ ୩ ନମ୍ବର ବିପଦସଙ୍କେତ ଦିଆଯାଇଛି ।