ଅସ୍ତରଙ୍ଗର ଉକୁଳେଇ ଠାକୁରାଣୀ ପୀଠରେ ଚାପ ଖେଳିଲେ ମା’ ! ମାନସିକ ପୂରଣ ପାଇଁ କଳସଧରୀ ଭକ୍ତଙ୍କ ବୁଡ

87

କନକ ବ୍ୟୁରୋ : ତ୍ରିବେଣୀ ଅମାବାସ୍ୟାଠାରୁ ଅସ୍ତରଙ୍ଗର ଉକୁଳେଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ତ୍ରିବେଣୀ ବୁଡ । ଉଳୁଳେଇ ପୀଠରେ ଥିବା ସିଦ୍ଧି ପୁସ୍କରଣୀରେୀ ଶ୍ରଦ୍ଧାଳୁମାନେ ବୁଡପକାଇ ମାନସିକ ପୂରଣ ପାଇଁ କଳସ ବସାଇଛନ୍ତି । ଏହି ପବିତ୍ର ପୁସ୍କରଣୀରେ ବୁଡ ପକାଇବା ପାଇଁ ଉଳୁଳେଇ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଆସ୍ଥାନ ଛାଡି ନିଜେ ମା ଉକୁଳେଇ ସିଦ୍ଧ ପୁସ୍କରଣୀରେ ଚାପ ଖେଳିଛନ୍ତି ।

ମା’ ୭ଥର ବେଢ଼ା ପରିକ୍ରମା କରିବା ପରେ ପୋଖରୀ ଭିତରକୁ ଯାଇ ଜଳକୀଡ଼ା କରିଥିଲେ । ତାପରେ ମାନସିକଧାରୀମାନେ ମହିଳାମାନେ ପୋଖରୀରେ ବୁଡ ପକାଇ କଳସ ବସାଇଛନ୍ତି । ୭ଦିନ ପରେ ଏହି କଳସର ଜଳକୁ ସିଦ୍ଧ ପସ୍କରଣୀରେ ବିସର୍ଜନ କରିବେ । ଏହି ପବିତ୍ର ପୁସ୍କରଣୀରେ ବୁଡ ପକାଇଲେ ଦୁରାରୋଗ୍ୟ ରୋଗରୁ ଆରୋଗ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।