ଅର୍ଦ୍ଧସୈନ୍ୟ ବଳଙ୍କୁ ସୁପ୍ରିମକୋର୍ଟଙ୍କ ଉପହାର : ଗ୍ରୁପ୍-ଏ ଅଧିକାରୀଙ୍କ ଭଳି ମିଳିବ ଆର୍ଥିକ ଲାଭ

234

ସୁପ୍ରିମକୋର୍ଟ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ, ସୀମା ସୁରକ୍ଷା ବଳ, ଆଇଟିବିପି ଏବଂ ସିଆଇଏସଏଫ ଆଦି କେନ୍ଦ୍ରୀୟ ଅର୍ଦ୍ଧସୈନ୍ୟ ବଳର ଅଧିକାରୀଙ୍କୁ ବଡ ଆଶ୍ୱସ୍ଥି ଦେଇଛନ୍ତି । ଏବେ ଏହି ଅର୍ଦ୍ଧସୈନ୍ୟ ବଳର ଅଧିକାରୀଙ୍କୁ ବି ଗ୍ରୁପ୍-ଏ ସମୁହ ଅଧିକାରୀ ସମାନରେ ଆର୍ଥିକ ଓ ଅପଗ୍ରେଡେସନର ଲାଭ ମିଳିବ । ବିଚାରପତି ରୋହିଙ୍ଗଟନ୍ ଏଫ୍ ନରିମନଙ୍କ ଅଧ୍ୟକ୍ଷତା ଥିବା ପୀଠ କେନ୍ଦ୍ର ସରକାରଙ୍କ ପିଟିସନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଜାରି ରଖିଛନ୍ତି ।

ହାଇକୋର୍ଟ ସିଆରପିଏଫ୍, ବିଏସଏଫ୍, ଆଇଟିବିପି, ସିଆଇଏସଏଫ୍ ଆଦିକୁ ସଂଗଠିତ ବଳ ମାନି ଏହାର ଅଧିକାରୀଙ୍କୁ ଗ୍ରୁପ୍-ଏ ଅଧିକାରୀଙ୍କ ଭଳି ଆର୍ଥିକ ଲାଭ ଓ ଅପଗ୍ରେଡେସନର ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ସିଆରପିଏଫ୍, ବିଏସଏଫ୍, ଆଇଟିବିପି, ସିଆଇଏସଏଫ୍ ଆଦିର ଅଧିକାରୀଙ୍କୁ ମଧ୍ୟ ଗ୍ରୁପ୍-ଏ ଅଧିକାରୀଙ୍କ ସମାନ ବ୍ୟବହାର କରାଯିବ । ଏହାସହ ଏହି ଅଧିକାରୀଙ୍କ ପଦୋନ୍ନତିରେ ମଧ୍ୟ ଫାଇଦା ହେବ ।