ଶୀତଦାଉରୁ ରକ୍ଷା ପାଇଁ ମାଆ ମଙ୍ଗଳା ପୀଠରେ ସ୍ୱତନ୍ତ୍ର ନୀତି । ଶୀତ ବସ୍ତ୍ର ପିନ୍ଧାଇ ମାଆଙ୍କର ହେଲା ଘୋଡଲାଗି ବେଶ

 ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

125

କନକ ବ୍ୟୁରୋ: ଶୀତ ଦାଉରୁ ରକ୍ଷା କରିବା ପାଇଁ ମା ମଙ୍ଗଳାଙ୍କୁ ଶୀତ ବସ୍ତ୍ର ପରିଧାନ । ମା ମଙ୍ଗଳାଙ୍କୁ ଘୋଡଲାଗି ବେଶ କରାଯାଇଛି । ସାରା ରାଜ୍ୟରେ ପ୍ରବଳ ଥଣ୍ଡା ପଡିଥିବା ବେଳେ  ଶୀତ  ଲୋକମାନେ ଶୀତ ବସ୍ତ୍ର ପିନ୍ଧିବା ସହ ନିଆଁ ଜାଳି ଶୀତ ଦାଉରୁ ନିଜୁକ ରକ୍ଷା କରୁଛନ୍ତି । ବିଭିନ୍ନ ଦେବାଦେବୀ ମଧ୍ୟ ମନ୍ଦିରମାନଙ୍କରେ ସିଂହାସନ ଉପରେ ଶୀତ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି ।

କାକଟପୁରରେ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ମଧ୍ୟ ଶୀତ ପାଇଁ ଏକ ସ୍ୱତନ୍ତ୍ର ନୀତି କରାଯାଇଛି । ମାଙ୍କର ସ୍ୱତନ୍ତ୍ର ଘୋଡଲାଗି ବେଶ କରାଯାଇଛି । ମାଙ୍କୁ ସକାଳୁ ସ୍ୱତନ୍ତ୍ର ପଶମରେ ତିଆରି ବସ୍ତ୍ରରେ ଆଚ୍ଚାଦିତ କରାଯାଇଛି । ମାଙ୍କ ପାଶ୍ୱଦେବାଦେବୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଶୀତବସ୍ତ୍ର ପରିଧାନ କରାଯାଇଛି ।