ଜାଣନ୍ତୁ ମକର ସଂକ୍ରାନ୍ତିର ଧାର୍ମିକ ଓ ପୈାରାଣିକ ମହତ୍ୱ

184

ମକର ସଂକ୍ରାନ୍ତି ଏମିତି ଏକ ପର୍ବ, ଯେଉଁଥିରେ ଜପ, ତପ, ଦାନ, ସ୍ନାନ, ଶ୍ରାଦ୍ଧ, ତର୍ପଣ ଆଦିର ବିଶେଷ ମହତ୍ୱ ଅଛି । କୁହାଯାଏ କି, ଏହି ଦିନ ଦିଆଯାଇଥିବା ଦାନ ଶହେ ଗୁଣ ବଢ଼ିଯାଇ ପ୍ରାପ୍ତ ହୋଇଥାଏ । ଏହି ଦିନ ଭାଗବାନ ସୂର୍ଯ୍ୟ ଧନୁ ରାଶି ଛାଡି ମକରରେ ପ୍ରବେଶ କରନ୍ତି । ଏହି ଦିନ ଠାରୁ ହିଁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପ୍ରାରମ୍ଭ ହୋଇଥାଏ । ଏହି ପର୍ବକୁ ଫସଲ ଓ କୃଷକଙ୍କ ପର୍ବ ବି କୁହାଯାଏ । ଏହି ଦିନ କୃଷକ ଭଲ ଫସଲ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି । ଏଥର ସଂକ୍ରାନ୍ତି ୧୫ ଜାନୁୟାରୀରେ ପାଳନ କରାଯିବ ।

ମାନ୍ୟତା ଅଛି କି, ଏହି ଦିନ ଭଗବାନ ଭାସ୍କର ନିଜ ପୁତ୍ର ଶନିଙ୍କୁ ଭେଟିବାକୁ ସ୍ୱଂୟ ତାଙ୍କ ଘରକୁ ଯାଇଥିଲେ । ଏହା ବି କୁହାଯାଏ କି, ମକର ସଂକ୍ରାନ୍ତି ଦିନ ହିଁ ଗଙ୍ଗା, ରାଜା ଭାଗିରଥୀଙ୍କ ପଛେ ପଛେ ଯାଇ କପିଲ ମୁନିଙ୍କ ଆଶ୍ରମ ହୋଇ ସାଗରରେ ମିଶିଥିଲେ । ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଏହି ଦିନ ବ୍ରତ କରିଥିଲେ । ମହାଭାରତ ସମୟରେ ପିତାମହ ଭୀଷ୍ମ ନିଜର ଦେହ ତ୍ୟାଗ କରିବା ପାଇଁ ଏହି ଦିନକୁ ଚୟନ କରିଥିଲେ । ଏହି ଦିନ ଦାନର ମହତ୍ୱ ଅଛି । କାହାକୁ ବି ଖାଲି ହାତରେ ଫେରାନ୍ତିନି । ଦାନରେ ରାଶିର ଜିନିଷକୁ ଭଲ କୁହାଯାଏ । ମକର ସଂକ୍ରାନ୍ତି ଦିନ କ୍ରୋଧ କରନ୍ତିନି । ଏହି ଦିନ ଗଛ କାଟିବା ଉଚିତ୍ ନୁହେଁ ।