ପୁରୁଷ ହକି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଟକ୍କର! ପ୍ରଥମ ଟାଇଟେଲ ହାତେଇବା ଲକ୍ଷ୍ୟରେ ଭାରତ । ସାମ୍ନାରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳ ।

30

ସୁପର ସଣ୍ଡେରେ ମହାମୁକାବିଲା । ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକି ୨୦୧୮ର ଫାଇନାଲ ମ୍ୟାଚରେ ସାମ୍ନା ସାମ୍ନି ହେବେ ବିଶ୍ୱର ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ଅଷ୍ଟ୍ରେଲିଆ । ଅପରାହ୍ନ ୪ଟା ସମୟରେ ନେଦରଲ୍ୟାଣ୍ଡର ବିଏଚ ଆଣ୍ଡ ବିସି ବ୍ରେଡା ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ହକି ଫାଇନାଲ ମ୍ୟାଚ । ଚଳିତ ବର୍ଷ ଟେବୁଲ ଟପର ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଗତ ଥର ରନର୍ସ ଅପ ତଥା  ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ଦଳ । ତେବେ ଗତକାଲି ଆୟୋଜକ ନେଦରଲ୍ୟାଣ୍ଡ ସହିତ ରାଉଣ୍ଡ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ଡ୍ର ରଖି ୮ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଟିମ୍ । ଫାଇନାଲ ପୂର୍ବରୁ ବ୍ରୋଞ୍ଜ ପଦକ ପାଇଁ ନେଦରଲ୍ୟାଣ୍ଡର ବିଏଚ ଆଣ୍ଡ ବିସି ବ୍ରେଡା ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ ଖେଳାଯିବ ।

ଗତଥର ବିଜେତା ତଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହକି ଟିମ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ଦଳ । ଏହି ହାଇଭୋଲଟେଜ ମ୍ୟାଚକୁ ବିଶ୍ୱର ହକିପ୍ରେମୀମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଏବଂ ଭାରତୀୟ ପୁରୁଷ ହକି ଦଳ ଗତଥର ରନର୍ସ ଅପ ରହିଥିଲେ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଟାଇଟେଲ ହାତେଇବାରେ ବିଫଳ ହୋଇଥିଲା । ଏହି କଳା ଇତିହାସର ପୃଷ୍ଠାକୁ ପାଲଟାଇ ଆଜି ଚାମ୍ପିୟନ୍ସ ଟ୍ରଫି ବିଜୟ ହାସଲ କରବି ବୋଲି ସମଗ୍ର ଭାରତବାସୀ ଅପେକ୍ଷା କରିଛନ୍ତି । କାରଣ ବିଗତ ଇତିହାସରେ ଭାରତ ଟାଇଟେଲ ହାଇତେବା ପାଇଁ ସୁଯୋଗ ପାଇଥିଲେ ମଧ୍ୟ ସଫଳତାର ଶୀର୍ଷରେ ପହଁଚି ପାରି ନାହିଁ ଭାରତୀୟ ଟିମ । ହେଲେ ଏସବୁ କଳ୍ପନା ଜଳ୍ପନା ବଦଳାଇ ଡିଫେଣ୍ଡିଙ୍କ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଟକ୍କର ଦେବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଟିମ୍ ।