ଏମିତି ବି ଆସେ ମୃତ୍ୟୁ : ଉତ୍ତରାଖଣ୍ଡ ପୌଡ଼ୀଗଡ଼ୱାଲରେ ଖାଇକୁ ଖସି ପଡ଼ିଲା ବସ୍, ୪୫ ମୃତ, ୮ ଗୁରୁତର

46

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୫ ଜଣଙ୍କ ଜୀବନ ଯାଇଛି । ଉତରାଖଣ୍ଡର ପୌଡ଼ୀଗଡ଼ୱାଲରେ ଖାଇ ମଧ୍ୟକୁ ବସ୍ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ରାସ୍ତାରୁ ପ୍ରାୟ ୨ଶହ ଫୁଟ୍ ତଳକୁ ଖସିପଡ଼ିଥିଲା ।

ଉତ୍ତରାଖଣ୍ଡର ଭଉଣ୍ଡରୁ ରାମନଗର ଯାଉଥିଲା ବେଳେ ବସ୍ ଏହି ଭୟାନକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ର କ୍ଷମତାରୁ ବହୁ ଅଧିକ ଯାତ୍ରୀ ଏଥିରେ ଯାଉଥିବା କୁହାଯାଉଛି । ୮ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।