ଓଡିଶା ମାଟିତଳେ ମହଜୁଦ ଅଛି ରନ୍ଧନ ଗ୍ୟାସ୍ : ବଚ୍ଛା ବଚ୍ଛା ୬ଟି ଜିଲ୍ଲାରେ ଓଏନଜିସି କରିବ ସର୍ଭେ

35

କନକ ବ୍ୟୁରୋ : ଓଡିଶାର ମାଟିତଳେ ଗଛିତ ରହିଛି ପ୍ରାକୃତିକ ଗ୍ୟାସ । ଏଭଳି ଅନୁମାନ କରିଛି ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍ କର୍ପୋରେସନ ଲିମିଟେଡ୍ । ପାରିପାର୍ଶ୍ୱିକ ସ୍ଥିତି ଓ ଭୈାଗୋଳିକ ଅବସ୍ଥାକୁ ଦେଖି ଏହି ଅନୁମାନ କରିଛି ଓଏନଜିସି । ଖାସ୍ ଏଥିପାଇଁ ୬ଟି ଜିଲ୍ଲାରେ ଓଏନଜିସି ଆରମ୍ଭ କରିବ ସର୍ଭେ କାମ ।

ଆସନ୍ତା ୧୨ ତାରିଖରେ ବାଲେଶ୍ୱର ଖଇରା ବ୍ଲକର ମାଖନପୁର ପଂଚାୟତ ତରଙ୍ଗାରେ ନ୍ୟାସନାଲ ସେସମିକ ପ୍ରୋଗ୍ରାମ୍ ଆରମ୍ଭ ହେବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନଦୀ ବେସିନରେ ଆରମ୍ଭ କରିବେ ଏହି ସର୍ଭେ କାମ । ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ଏହି ସର୍ଭେ କରାଯିବାର ସମ୍ଭାବନା ରହିଛି । ମାଟି ତଳେ ଗ୍ୟାସ୍ ରହିଛି କି ନାହିଁ, ଏହି ସର୍ଭେ କାମ ପରେ ସ୍ପଷ୍ଟ ହେବ ।

ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ପାହାଡିଆ ଅଂଚଳ ତଥା ଦୀର୍ଘ ଦିନର ସ୍ଥିତିକୁ ଦେଖିବା ପରେ ପାହାଡ ତଳେ ଗ୍ୟାସ୍ ଥାଇପାରେ । ୧୨ ତାରିଖ ଦିନ ଆରମ୍ଭ ହେବ ସର୍ଭେ କାମ । ପ୍ରଥମେ ଭୁପୃଷ୍ଠରୁ ୩୦ ମିଟର ଖୋଳାଯିବ ଓ ଏହାପରେ ମାଟି ଭିତରେ ବିସ୍ଫୋରଣ କରାଯିବ । ପରବର୍ତୀ ପର୍ଯ୍ୟାୟରେ ବୈଜ୍ଞାନିକ ପଦ୍ଧତିରେ ୫ ରୁ ୮ କିମି ତଳକୁ ମାଟି ତଳେ ଗ୍ୟାସ୍ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇଯିବ । ଖାଲି ଓଡିଶା ନୁହେଁ, ଅନ୍ୟ କିଛି ପ୍ରାନ୍ତରେ ମଧ୍ୟ ଏଭଳି ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଛି ଓଏନଜିସି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –