ଭାଙ୍ଗିଲା ୯୦ ବର୍ଷର ପରମ୍ପରା : ବଦଳିଲା ଆରଏସଏସର ୟୁନିଫର୍ମ

59

vlcsnap-2016-10-11-09h41m32s549କନକ ବ୍ୟୁରୋ : ବଦଳିଲା ୯୦ବର୍ଷର ପରମ୍ପରା । ଆଜିଠୁ ଭିନ୍ନ ୟୁନିଫର୍ମରେ ନଜର ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସ୍ଏସ୍ । ଖାକି ହାଫ ପ୍ୟାଂଟ ବଦଳରେ ପିନ୍ଧିଲେ ବାଦାମି ଫୁଲ ପ୍ୟାଂଟ । ବିଜୟା ଦଶମୀ ସହ ସଂଘର ପ୍ରତିଷ୍ଠା ଦିବସ ଅବସରରେ ଆଜିଠୁ ଏହି ନୂଆ ୟୁନିଫର୍ମ ଲାଗୁ କରାଯାଇଛି ।

rssନାଗପୁରରେ ଥିବା ସଂଘ ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ସଂଘ ମୁଖ୍ୟ ମୋହନ ଭାଗବତ । ୧୯୨୫ରୁ ଆରଏସ୍ଏସର ୟୁନିଫର୍ମରେ ହାଫ ପ୍ୟାଂଟ ଥିଲା । ଯାହାକି ଏବେ ବଦଳିଛି । ଏହାସହ ମୋଜାର ରଙ୍ଗ ମଧ୍ୟ ବଦଳିଛି । ୧୯୨୫ରେ ଖାକି ରଙ୍ଗର ହାଫ୍ ପ୍ୟାଂଟ, ସାର୍ଟ ଓ ଟୋପି ଥିଲା ।

୧୯୩୦ରେ ଆରଏସ୍ଏସ୍ ୟୁନିଫର୍ମରେ ପ୍ରଥମ ପରିବର୍ତନ କରାଯାଇଥିଲା । ଖାକି ଟୋପିର ରଙ୍ଗ ବଦଳାଯାଇ କଳା ରଙ୍ଗ କରାଯାଇଥିଲା । ଏହାପରେ ୧୯୪୦ରେ ଖାକି ସାର୍ଟ ବଦଳରେ ଧଳା ରଙ୍ଗର ସାର୍ଟକୁ ୟୁନିଫର୍ମରେ ସାମିଲ କରାଯାଇଥିଲା । ୨୦୧୧ରେ ଚମଡାର ବେଲ୍ଟ ବଦଳରେ କାନଭାସର ବେଲ୍ଟ ବ୍ୟବହାର କରିଥିଲା ଆରଏସ୍ଏସ୍ । ତେବେ ହାଫ୍ ପ୍ୟାଂଟ ବଦଳରେ ଫୁଲ୍ ପ୍ୟାଂଟ ୟୁନିଫର୍ମରେ ସାମିଲ କରିବା ପାଇଁ ଚଳିତ ମାର୍ଚ୍ଚରେ ନିଷ୍ପତି ନିଆଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ –