ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ : ପ୍ରଭାବରେ ଆସନ୍ତାକାଲିଠାରୁ ଓଡିଶାରେ ବର୍ଷା

28

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବତର୍ମାନ ସାଇକ୍ଲୋନିକ ଷ୍ଟର୍ମର ରୁପ ନେଇଛି । ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୧ହଜାର ୨୨୦ କିଲୋମିଟର ଦୂରରେ ଗତି କରୁଛି ଷ୍ଟର୍ମ ନାଡା । ଏହା ପଶ୍ଚିମ ଉତର-ପଶ୍ଚିମ ଦିଗକୁ ଗତି କରିବ ।

୨ ତାରିଖ ସୁଧା ତାମିଲନାଡୁ ଉପକୂଳ କୁଡାଲଂଗ ଠାରେ ହିଟ୍ କରିବ । ଏହାର ପ୍ରଭାବରେ ଓଡିଶାରେ ଆସନ୍ତାକାଲିଠାରୁ ବର୍ଷା ହେବ । ବନ୍ଦର ଗୁଡିକରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାରେ ଶୀତର ପ୍ରକୋପ କମ ରହିବ ।