ଅମିତ ଶାହାଙ୍କ ଓଡିଶା ଗସ୍ତର ଶେଷ ଦିନ ! ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କର ମହାସମାବେଶ, ଜନତା ମଇଦାନରେ ସଫଳତାର ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ
କନକ ବ୍ୟୁରୋ : ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତର ଶେଷ ଦିନ । ଭୁବନେଶ୍ୱର ଜନତା ମଇଦାନରେ ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କ ମହାସମାବେଶରେ ଶାହାଙ୍କ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ସମସ୍ତ ବୁଥରୁ ପ୍ରାୟ ଏକ ଲକ୍ଷ କର୍ମୀ ଏହି ସମାବେଶରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ଆକଳନ କରିଛି । ପୂର୍ବରୁ ଅମିତ ଶାହା ରାଜ୍ୟର ନେତାମାନଙ୍କୁ ଦଳର ସଂଗଠନକୁ ମଜଭୁତ୍ କରିବା ନେଇ ଦିନ ତମାମ ଟ୍ୟୁସନ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗତକାଲି, କେନ୍ଦ୍ରୀୟ ଅବହେଳାର ନାରା ଦେଉଥିବା ବିଜେଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଅନୁଦାନର ହିସାବ ଦେଇଛନ୍ତି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । କହିଛନ୍ତି, ମୋଦିଙ୍କ ସମୟରେ କେନ୍ଦ୍ର ସରକାର ହାତ ଖୋଲି ଦେଇଛନ୍ତି । ଓଡିଶାକୁ ଗତ ତିନି ବର୍ଷରେ ଚାରି ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛି କେନ୍ଦ୍ର । ସେପଟେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଜବାବ ଦେଇଥିଲା ବିଜେଡି । ବିଜେଡି କହିଥିଲା ଓଡିଶାର ଟଙ୍କା ଓଡିଶାକୁ ମିଳିଛି । ଯେଉଁ କେନ୍ଦ୍ରୀୟ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନିର୍ବାଚନୀ ଯୁଦ୍ଧରେ ମୁଖ୍ୟ ଅସ୍ତ୍ର କରୁଥିଲା ଶାସକ ବିଜେଡି, ଗତକାଲି ତାରି ଉପରେ ସିଧାସଳଖ ଆକ୍ରମଣ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେନ୍ଦ୍ରୀୟ ଅନୁଦାନର କଚ୍ଚା ଚିଠା ଖୋଲିଦେଇ, ବିଜେଡିକୁ ଅଡୁଆ ସ୍ଥିତିରେ ପକାଇ ଦେଇଥିଲେ ଅମିତ ଶାହା ।
ଚତୁର୍ଦ୍ଦଶ ଅର୍ଥ କମିଶନ ଜରିଆରେ ଓଡ଼ିଶାକୁ ବହୁ ଗୁଣରେ ଅଧିକ ଅର୍ଥ ଦିଆଯାଉଥିବା ଅମିତ ଶାହା ସମ୍ବାଦିକ ସମ୍ମିଳନୀରେ ଗତକାଲି କହିଥିଲେ । ଏହାର ଜବାବରେ ବିଜେଡି କହିଥିଲା -ଆମରି ପଇସା ଆମକୁ ଦିଆଯାଉଛି । ଅମିତ ଶାହାଙ୍କ ଏହି ଆକ୍ରମଣର ଜବାବ୍ ରଖିବା ପାଇଁ ସମ୍ମାଦିକ ସମ୍ମିଳନୀ ଜରିଆରେ ଓହ୍ଲାଇ ଆସିଥିଲେ ବିଜୁ ଜନତା ଦଳର ୟଙ୍ଗ ବ୍ରିଗେଡ୍ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀର ଜବାବ୍ ରଖିଥିଲେ ଓଡ଼ିଶାରେ ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ଅବହେଳାର ନାରା, ଆଂଚଳିକ ଦଳ ବିଜେଡିକୁ ବେଶ ସହାୟକ ହେଉଥିବାରୁ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ନବୀନଙ୍କ ବିରୋଧରେ ଏହି ହିସାବ-କିତାବର ଅସ୍ତ୍ର ଛାଡ଼ିଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ, ବିଳମ୍ବ ନକରି ପାଲଟା ବାଣ ଛାଡ଼ିଥିଲା । କିନ୍ତୁ ଲକ୍ଷ ଲକ୍ଷ କୋଟିର ଏସବୁ ହିସାବକୁ ଯେମିତି ଉପହାସ କରୁଛି ଓଡ଼ିଶାର ଦାରିଦ୍ର୍ୟ ।