ବିକାଶ ଆସିବ କୋଟିଆ ହସିବ : ଶିକ୍ଷା, ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଜମି ଚିହ୍ନଟ କଲା ଜିଲ୍ଲା ପ୍ରଶାସନ, ଖୁବ ଶୀଘ୍ର ବଦଳିଯିବ ପଛୁଆ ଅଂଚଳର ଚିତ୍ର

37

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରିକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆରେ ସ୍କୁଲ, ଥାନା, ୧୦ ଶଯ୍ୟା ବିଶିଷ୍ଟ ମେଡିକାଲ ଓ ଏକ ଟାୱାର ବସାଇବାକୁ ଜମି ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । କୋରାପୁଟ ଉପଜିଲ୍ଳାପାଳ, ପଟାଙ୍ଗୀ ବିଡ଼ିଓ, ତହସିଲଦାର, ଆରଆଇ ସହ ଅନ୍ୟାନ୍ୟ ଅଧିକାରୀ ଜାଗା ଚିହ୍ନଟ କରି ଫେରିଛନ୍ତି । ଏହି ରିପୋର୍ଟକୁ ରାଜ୍ୟସରକାରଙ୍କୁ ପଠାଯିବ, ଅନୁମତି ମିଳିବା ପରେ ଆରମ୍ଭ ହେବ କାମ ।

ପଟାଙ୍ଗୀ ବ୍ଳକ କୋଟିଆ ପଚାଂୟତର ୨୧ ଗାଁକୁ ଆନ୍ଧ୍ର ନିଜର ଦାବି କରି ଲୋକଙ୍କୁ ଆପଣାର କରିବା ପାଇଁ ମନଲୋଭାଣିଆ କାମ କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖିି ରାଜ୍ୟ ସରକାର କୋଟିଆର ବିକାଶ ପାଇଁ ୧୫୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଅର୍ଥରେ ରାସ୍ତା ଠାରୁ ଆରମ୍ଭ କରି ପାନୀୟ ଜଳ, ମେଡ଼ିକାଲ ଓ ପିଲାଙ୍କ ପାଠ ପଡ଼ିବା ପାଇଁ ସ୍କୁଲ ଗୃହ ନିର୍ମାଣ ସହ ଏକ କ୍ଳଷ୍ଟର ନିର୍ମାଣ କରାଯିବ । ରାସ୍ତା କାମ ଆଗେଇ ଚାଲିଥିବା ବେଳେ ଅନ୍ୟାନ୍ୟ କାମ ଧିର ମନ୍ଥର ଗତିରେ ଚାଲିଛି ।

କୋଟିଆ ପଚାଂୟତର ୭ରୁ ୧୧ଟି ଗାଁକୁ ଆନ୍ଧ୍ରପ୍ରଦେଶ ନିଜ ଅଂଚଳ ଦାବି କରୁଛି । ସେହିଁ ଗାଁର ଲୋକଙ୍କୁ ଆଧାର କାର୍ଡ଼, ଭତ୍ତା ବଂଟନ କରିବା ସହ ସେଠାରେ ରାସ୍ତା ନିର୍ମାଣ ମଧ୍ୟ କରୁଛି ଆନ୍ଧ୍ର ।