୩୦ ନୁହେଁ କୋଣାର୍କରେ ଏଣ୍ଟ୍ରି ପାଇଁ ଦେବାକୁ ପଡିବ ୪୦ ଟଙ୍କା ! ଦେଖାଦେଲା ବିବାଦ ।

45

ଓଡିଶାର ଐତିହ ହେଉଛି କୋଣାର୍କ ମନ୍ଦିର । ଇତିହାଲ ପୃଷ୍ଠାରେ କୋଣାର୍କ ସୁନ୍ଦରତା ଏବଂ କାରୁକାର୍ଯ୍ୟ ବିଷୟରେ ଅନେକ କଥା ଶୁଣିବାକୁ ମିଳିଥାଏ । କିଭଳି ଭାବରେ ବାର ଶହ ବଢେଇ କୋଣାର୍କ ମନ୍ଦିରକୁ ନିର୍ମାଣ କରିଥିଲେ ଏବଂ କେଉଁଭଳି ଭାବରେ ବିଶୁ ମହାରଣା ପୁଅ ଧରମା କୋଣାର୍କର ମୁଣ୍ଡି ମାରିଥିଲା ସେ ସମ୍ପର୍କରେ ଅନେକ କଥା ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି । କିନ୍ତୁ ଏବେ କୋଣାର୍କ ମନ୍ଦିରକୁ ନେଇ ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।

ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳି ଭାବେ ପରିଚିତ । ଅନେକ ଦୁର ଦରାନ୍ତରରୁ ଲୋକେ ଏହାର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆସିଥାନ୍ତି । ବିଦେଶରୁ ପର୍ଯ୍ୟଟକ ମାନେ ମଧ୍ୟ କୋଣାର୍କ ମନ୍ଦିରର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆସନ୍ତି । ପୂର୍ବରୁ ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ କୌଣସି ଶୁଳ୍କ ଲାଗୁନଥିବା ବେଳେ ଏବେ ପ୍ରବେଶ କରିବା ପାଇଁ ଟିକେଟ ସିଷ୍ଟମକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁଯାୟୀ, ଗତ କିଛି ବର୍ଷ ପୂର୍ବରୁ କୋଣାର୍କ ମନ୍ଦିରରେ ପ୍ରବେଶ କରିବା ପାଇଁ ୨୦-୩୦ ଚଙ୍କା ଦେଇ ଟିକେଟ କରିବାକୁ ପଡୁଥିଲା । ଠିକ ସେହିଭଳି ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ୫୦-୧୦୦ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଗତ କିଛି ଦିନ ହେବ ଏଏସଆଇ ପକ୍ଷରୁ ପ୍ରବେଶ ଶୁଳ୍କକୁ ବଢାଇ ଦିଆଯାଇଛି । ପୂର୍ବରୁ ୩୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଦଶ ଟଙ୍କା ବୃଦ୍ଧି କରି ୪୦ ଟଙ୍କା କରିଦିଆଯାଇଛି । ଠିକ ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୩ ଶହ ଟଙ୍କାରୁ ବଢି ୪ ଶହ ଟଙ୍କା କରାଯାଇଛି । ହଠାତ ଏଭଳି ପ୍ରବେଶ ଶୁଳ୍କକୁ ବଢାଇଦେବା କାରଣରୁ ପର୍ଯ୍ୟଟକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।