ଜଗତସିଂହପୁର : ଜିଲ୍ଲା ଗଠନର ୨୪ ବର୍ଷ ପରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ନାହିଁ

62

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଗଠନ ହେବାକୁ ୨୪ ବର୍ଷ ବିତିଯାଇଥିଲେ କେନ୍ଦ୍ରୀୟ ବିଦ୍ୟାଳୟଟିଏ ନାହିଁ । ଫଳରେ ଜିଲ୍ଲାରେ ଥିବା ହଜାର ହଜାର ଶିକ୍ଷାର୍ଥୀ ଗୁଣାତ୍ମକ ଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇ ଆସୁଥିବା ରାଜନେତା ମାନେ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତିକୁ ଭୁଲି ଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ଅଭିଭାବକ ।

ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟକୁ ଚିଠି ଆସିଥିଲେ ମଧ୍ୟ ପ୍ରଶାସନ ବିଦ୍ୟାଳୟ ନିର୍ମାଣ ପାଇଁ ୧୦ ଏକର ଜାଗା ଯୋଗାଇବା ପାଇଁ ବିଫଳ ହୋଇଥିବା ଅଭିଯୋଗ ହେଇଛି । ଏ ବାବଦରେ ଲୋକସଭା ସାଂସଦ ଡା. କୁଳମଣୀ ସାମଲ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାିବାରୁ ବିଳମ୍ବରେ ହେଲେ ସୁଧା ଚଳିତ ବର୍ଷ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା କହିଛନ୍ତି ସାଂସଦ ଡା. କୁଳମଣୀ ସାମଲ ।