କୃଷକଙ୍କ ହିତରେ କେଉଁ ଯୋଜନା ! ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓ ‘କାଳିଆ’ ଯୋଜନାର ବିସ୍ତୃତ ରିପୋର୍ଟ ।

ମୋଦିଙ୍କ କିଷାନ ଯୋଜନାରେ ନାହିଁ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ ବ୍ୟବସ୍ଥା ।

404

କନକ ବ୍ୟୁରୋ: କୃଷକଙ୍କ ପାଇଁ ମୋଦି ଓ ନବୀନ ମଧ୍ୟରେ ଚାଲିଛି ବଳ କଷାକଷି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀ ପାଇବେ ବର୍ଷକୁ ୬ହଜାର ଅନ୍ୟପଟେ କାଳିଆ ଯୋଜନାରେ ରାଜ୍ୟ ଦେଉଛି ବର୍ଷକୁ ୧୦ ହଜାର ଟଙ୍କା । ସେହିଭଳି ମୋଦିଙ୍କ କିଷାନ ଯୋଜନାରେ ନାହିଁ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ ବ୍ୟବସ୍ଥା । ତେବେ ପଢ଼ନ୍ତୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ନବୀନଙ୍କ ‘କାଳିଆ’ ଯୋଜନା ମଧ୍ୟରେ ଥିବା ପାର୍ଥକ୍ୟ ।

ମୋଦିଙ୍କ କିଷାନ-
ଚାଷୀଙ୍କ ପାଇଁ ବଜେଟରେ ଘୋଷଣା ହୋଇଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ
– ୨ ହେକ୍ଟରରୁ କମ ଜମି ଥିବା ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା
– ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ସିଧା ଯିବ ଚାଷୀଙ୍କ ଆକଉଂଟକୁ
– ମୋଦିଙ୍କ ଏହି ସ୍କିମରେ ଉପକୃତ ହେବେ ୧୨ କୋଟି ଚାଷୀ ପରିବାର
– ବାର୍ଷିକ ୭୫ ହଜାର କୋଟିର ବୋଝ ପଡିବ କେନ୍ଦ୍ର ସରକାରଙ୍କ ଉପରେ
– ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁହେବ, ଚଳିତ ଆର୍ଥିକ ବର୍ଷରେ ପ୍ରଥମ କିସ୍ତି
– ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି
ନବୀନଙ୍କ କାଳିଆ- 
– ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ମିଳିବ
– କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଫସଲ ପାଇଁ ସହାୟତା
– ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ପାଇଁ ୧୨ ହଜାର ୫୦୦ ଟଙ୍କା
– ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା
– ଜୀବନ ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା
– ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ମିଳିବ
– ଋାଜ୍ୟର ୯୨% ଚାଷୀ ଏବଂ ସମସ୍ତ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ
– ୩ ବର୍ଷରେ କାଳିଆ ଯୋଜନାରେ ୧୦ ହଜାର ୨୮୦ କୋଟି ଖର୍ଚ୍ଚ ହେବ
କାଳିଆ ସହାୟତା
– ପ୍ରଥମ କିସ୍ତିରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକଉଂଟକୁ ଯାଇଛି ଅର୍ଥ
– କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକଉଂଟରେ ଜମା ହୋଇଛି ୬୨୨ କୋଟିରୁ ଅଧିକ ଟଙ୍କା
– ୫୭ ହଜାରରୁ ଅଧିକ ଭାଗଚାଷୀଙ୍କୁ ମିଳିଛି ୨୮ କୋଟିରୁ ଅଧିକ ଅର୍ଥ
– ପ୍ରଥମ କିସ୍ତିରେ ୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ଏବର୍ଷ ମିଳିବ ୨୫୦ କୋଟିର ସହାୟତା
– ପ୍ରତିବର୍ଷ ଅକ୍ଷୟ ତୃତୀୟା, ନୂଆଖାଇରେ କାଳିଆ ସହାୟତା ମିଳିବ

ମୋଦିଙ୍କ କିଷାନ
—- କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଷକୁ ୬ ହଜାର ଟଙ୍କା ପାଇବେ
– ୩ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଯିବ
ନବୀନଙ୍କ କାଳିଆ
– କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ
– ରବି ଓ ଖରିଫ ଫସଲ ପାଇଁ ୫ ହଜାର ଲେଖାଏଁ ଯିବ

ମୋଦିଙ୍କ କିଷାନ
– ଭୂମିହୀନ ଗରିବ କିମ୍ବା ଭାଗଚାଷୀଙ୍କ ପାଇଁ ବ୍ୟବସ୍ଥା ନାହିଁ
ନବୀନଙ୍କ କାଳିଆ
– ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ପାଇଁ ୧୨ ହଜାର ୫୦୦ ଟଙ୍କା

ମୋଦିଙ୍କ କିଷାନ
– ୧୦ କୋଟି ଭୂମିହୀନ ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା
ନବୀନଙ୍କ କାଳିଆ
– ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା

ମୋଦିଙ୍କ କିଷାନ
– ପ୍ରଥମ କିସ୍ତିରେ ଆକଉଂଟକୁ ଅର୍ଥ ପଠାଇବାକୁ ୨୦ ହଜାର କୋଟି ବ୍ୟୟବରାଦ
ନବୀନଙ୍କ କାଳିଆ
– ୧୨ ଲକ୍ଷ ୪୫ ହଜାର ଚାଷୀ ଆକଉଂଟକୁ ୬୨୨ କୋଟି ଅର୍ଥ ଯାଇ ସାରିଲାଣି

ମୋଦିଙ୍କ କିଷାନ
– କେନ୍ଦ୍ରୀୟ ଯୋଜନା ରାଜ୍ୟ କାର୍ଯ୍ୟକାରୀ କରିବ, ଚାଷୀ ଚିହ୍ନଟ ବଡ ଆହ୍ୱାନ
ନବୀନଙ୍କ କାଳିଆ
– ପ୍ରତିବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇରେ ମିଳିବ କାଳିଆ ସହାୟତା