ପୁଅ ପାଇଁ ! କାକଟପୁର ମଙ୍ଗଳାଙ୍କ ପୀଠରେ ବିଶ୍ୱାସର ଭିଡ

37

କନକ ବ୍ୟୁରୋ : ମଙ୍ଗଳ କରିବେ ମା ମଙ୍ଗଳା । ଏଥିପାଇଁ ମଙ୍ଗଳବାରେ କାକଟପୁର ମାଙ୍କ ପୀଠରେ ପହଁଚୁଛନ୍ତି ମାନସିକଧାରୀ । ଶହ ଶହ ଲୋକ ରୁଣ୍ଡ ହେଉଛନ୍ତି ମାଆଙ୍କ ପୀଠରେ । ଏକମାତ୍ର ପୁଅର ମଙ୍ଗଳ କାମନା କରି ମାନସିକ କରୁଛନ୍ତି । ମାଆଙ୍କ ପୂଜା ପାଇଁ ରହିଛି ସ୍ୱତନ୍ତ୍ର ରୀତିନୀତି । ଏଥିସହ ସ୍ୱତନ୍ତ୍ର ପୂଜା ସାମଗ୍ରୀ । ନଡିଆ କଦଳୀ ସହ ଶାଢି ଆଉ ତାସାଙ୍ଗକୁ ୨୧ ଟଙ୍କା । ରାଜ୍ୟ ତଥା ରାଜ୍ୟ ବାହାରୁ ବି ଜମିଛି ମାନସିକଧାରୀଙ୍କ ଭିଡ ।

ତେବେ ମାଙ୍କ ପୀଠରେ କାହିଁକି ଜମୁଛି ଏତେ ଗହଳି । ମଙ୍ଗଳବାରେ ହିଁ କାହିଁକି ଅସହ୍ୟ ଭିଡ ହେଉଛି । ମଙ୍ଗଳା ମନ୍ଦିରର ଏହି ଭିଡ ପଛରେ ରହିଛି ଏକ ଗୁଜବ । ଏକମାତ୍ର ପୁଅର ମଙ୍ଗଳ ପାଇଁ ମଙ୍ଗଳା ମାଆର ପୂଜାର୍ଚନା । ପ୍ରଥମେ ଗୋଟିଏ ପୁଅ ଥିବା ମହିଳା ଦୁଇଟି ପୁଅ ଥିବା ମହିଳାଙ୍କ ଘରକୁ ଯାଏ । ସେଠାରୁ ନଡିଆ କଦଳୀ ସହ ଶାଢି ଓ ୨୧ ଟଙ୍କା ମାଗି ଆଣିଥାଏ । ତାକୁ ନେଇ ପହଁଚିଯାଏ ମାଆ ମଙ୍ଗଳାଙ୍କ ପାଖରେ । ଆଉ ଗୁଜବ ହେଉଛି ଏଭଳି କଲେ ତା ପୁଅର ମଙ୍ଗଳ ହୁଏ । ଗାଁ ଗାଁରେ ପ୍ରଚାରିତ ହୋଇଛି ଏଭଳି ଖବର । ବାସ୍ ତାପରେ କାନକୁ କାନ ହୋଇ ଆରମ୍ଭ ହୋଇଯାଇଛି ମାନସିକ ।

ବିଜ୍ଞାନ ଯୁଗରେ ଚାଲିଛି ଅନ୍ଧବିଶ୍ୱାସର ରାଜୁତି । ଗାଁକୁ ଗାଁ ପରେ ରାଜ୍ୟର ଅନେକ ଜିଲ୍ଲାକୁ ପ୍ରଚାରିତ ହୋଇଛି ଏଭଳି ଖବର । ଆଉ ମାଆଙ୍କ ପୀଠକୁ ଛୁଟିଆସୁଛନ୍ତି ମାନସିକଧାରୀ ।