ମଣ୍ଡିରେ ପଡିରହିଛି ଧାନ ! ହେଲେ କିଣୁ ନାହାନ୍ତି ସରକାର

22

କନକ ବ୍ୟୁରୋ: ମଣ୍ଡିରେ ଗଦା ହୋଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ନା ସରକାର ଧାନ କିଣୁଛନ୍ତି ନା ଚାଷୀ ଧାନ ଫେରାଇନେଇପାରୁଛି । ଏଫଏକ୍ୟୁର ମାନ ଦେଖି ସରକାର ଧାନ କିଣୁନଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ । ମଣ୍ଡିରେ ନିଜ ଧାନକୁ ଦିନ ରାତି ଜଗିରହିଛି ଚାଷୀ ।

ମଣ୍ଡିରେ ପଡିରହିଥିବା ଗଦା ଗଦା ଧାନ ବସ୍ତାକୁ ଜଗି ରହିଛି ଚାଷୀ । ପ୍ରଥମେ ଚକଡା, ପରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିଲା । ଏହା ପରେ ବଳକା ଧାନକୁ ମଣ୍ଡିରେ ସରକାରୀ ଦରରେ ବିକିବା ନେଇ ଚାଷୀ ଆଶା ରଖିଥିଲା । କିନ୍ତୁ ଏଫଏକ୍ୟୁର ମାନର ମୂଲ୍ୟାୟନକୁ ନେଇ ସରକାର ଚାଷୀଙ୍କଠୁ କିଛି ବି ଧାନ କିଣିଲେନି । ତେବେ ଧାନ କେବେ ବିକ୍ରି ହେବ ସେହି ଆଶାରେ ମଣ୍ଡିରେ ନିଜ ଧାନକୁ ଦିନ ରାତି ଜଗିରହିଛି ଚାଷୀ ।

ଗୋଟେ ପଟେ ସରକାର ଧାନ କିଣୁନାହାନ୍ତି । ଅନପଟେ ମଣ୍ଡିରେ କ୍ୱିଂଟାଲ କ୍ୱିଂଟାଲ ଧାନ ଗଦା ହୋଇରହିଥିବା ବେଳେ ବର୍ଷା ଆଶଙ୍କା ଚାଷୀଙ୍କୁ ଛାନିଆ କରିଦେଇଛି । ମଣ୍ଡିରେ ଖୋଲାଆକାଶ ତଳେ ଗଦା ହୋଇଥିବା ଧାନକୁ ଏବେ ଚାଷୀ କଣ କରିବ ସେ ନେଇ ଚିନ୍ତାରେ ପଡିଯାଇଛି ।