ଜଗମୋହନ ମରାମତି ପ୍ରସଙ୍ଗରେ ଆଜି ବସୁଛି କୋର କମିଟିର ବୈଠକ

17

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗରେ ଆଜି ବସୁଛି କୋର କମିଟି ବୈଠକ । ଅଗଷ୍ଟ ୩ ତାରିଖରୁ ଜଗମୋହନର ସ୍ଥାୟୀ ମରାମତି କାମ ଆରମ୍ଭ ହେଉଥିବା ବେଳେ ଏନେଇ ଆଜି କୋର କମିଟି ବୈଠକରେ ଆଲୋଚନା ହେବ । କୋର କମିଟି ସଦସ୍ୟଙ୍କ ସମେତ ବୈଠକରେ ଉପସ୍ଥିତ ରହିବେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ । ଜଗମୋହନ ମରାମତି ନେଇ ଗତ ୨୬ ତାରିଖରେ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ ବସିଥିଲା । କୋର କମିଟିର ସୁପାରିଶ ଓ ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଜଗମୋହନର ସ୍ଥାୟୀ ମରାମତି ପାଇଁ ଚୂଡାନ୍ତ ନିଷ୍ପତି ହୋଇଛି ।