ସେଞ୍ଚୁରିଆନରେ ବିରାଟ ବିଗ୍ରେଡଙ୍କ ଫ୍ଲପ ସୋ ! ୧୫୧ ରନରେ ଅଲଆଉଟ ହୋଇ ସିରିଜ ହାରିଲା ଟିମ୍ ଇଣ୍ଡିଆ

30

ସେଞ୍ଚୁରିଆନ ମ୍ୟାଚ ହାରିବା ସହ ସିରିଜ ହାତଛଡା କଲା ଟିମ୍ ଇଣ୍ଡିଆ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଶୋଚନୀୟ ପରାଜୟ ବରଣ କରିଛି । ଏହି ପରାଜୟ ସହ ଭାରତ ସିରିଜ ମଧ୍ୟ ହାତଛଡା କରିଛି । ଘରୋଇ ମାଟିରେ ପରାଜୟର ସ୍ୱାଦ ଚାଖି ନଥିବା ବିରାଟ ବିଗ୍ରେଡ ଦକ୍ଷିଣ ଆଫ୍ରିକା ମାଟିରେ ମାତ ଖାଇଛି । ସେଞ୍ଚୁରିଆନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୧୩୫ ରନରେ ଭାରତକୁ ପରାସ୍ତ କରିଛି ଦକ୍ଷିଣ-ଆଫ୍ରିକା ଟିମ୍ ।

cricket-south-africa-d4-india-2nd-test_450dc8e6-fad8-11e7-b07f-b94dbb2f1d8dଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୩୫ ରନ କରିଥିଲା । ଜବାବରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩୦୭ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ଦ୍ୱିତୀୟ ଇନିଂସରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଇନିଂସର ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନଙ୍କ ଉପରେ ଭାରତୀୟ ବୋଲର ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଡିଭିଲିୟର୍ସ ଓ ଏଲଗାରଙ୍କ ଲଢୁଆ ଇନିଂସ ବଳରେ ୨୫୮ ରନ କରି ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା ଟିମ । ଏହାସହ ଭାରତକୁ ୨୮୯ ରନର ବିଜୟଲକ୍ଷ୍ୟ ମିଳିଥିଲା । ସିରିଜକୁ ଫେରିବା ପାଇଁ ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ସୁଯୋଗକୁ ହାତଛଡା କରିଥିଲା ଭାରତ ।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଫେଲ ମାରିଥିଲା ଭାରତ । ଗତକାଲି ସହଳ ୩ ୱିକେଟ ହରାଇଥିବା ଭାରତ ଆଜି ଦିନର ଆରମ୍ଭରୁ ସାଉଥ ଆଫ୍ରିକା ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇ ଥିଲେ । ପୁଣିଥରେ ବିରାଟ ବିଗ୍ରେଡଙ୍କ ଫ୍ଲପ ସୋ ଦେଖିବାକୁ ମିଳିଥିଲା । ୨୮୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମାତ୍ର ୧୫୧ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଲଗାତାର ୧୦ଟି ଟେଷ୍ଟ ସିରିଜ ଜିତିବାର ସ୍ୱପ୍ନ ମଧ୍ୟ ଅଧୁରା ରହିଗଲା । ଏହାପୂର୍ବରୁ କେପଟାଉନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୭୮ ରନରେ ପରାସ୍ତ ହୋଇଥିଲା ଭାରତ । ଏହି ପରାଜୟ ସହ ଭାରତ ଏବେ ସିରିଜରେ ୦-୨ରେ ପଛୁଆ ରହିଛି ।