ପୁଲୱାମା ଆକ୍ରମଣରେ ପୁଣି ପ୍ରମାଣ ମାଗିଲା ପାକିସ୍ତାନ: କହିଲା, ତଥ୍ୟ ଦେଲେ ନିଶ୍ଚିତ ନିଆଯିବ କାର୍ଯ୍ୟାନୁଷ୍ଠାନ, ଶାନ୍ତି ପାଇଁ ମାଗିଲା ସୁଯୋଗ

175

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ଭାରତକୁ ପୁଣି ପ୍ରମାଣ ମାଗିଛି ପାକିସ୍ତାନ । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି , ପ୍ରମାଣ ଦେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଭାରତ ଶାନ୍ତି ପାଇଁ ଆଉ ଏକ ସୁଯୋଗ ଦେବାକୁ ପାକିସ୍ତାନ ଅନୁରୋଧ କରିଛି ।

ଏଥିରେ କୁହାଯାଇଛି, ଭାରତ ଏ ନେଇ ପ୍ରମାଣ ଦେଲେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବ । ସେପଟେ ଭାରତ ମଧ୍ୟ ଏହାର କଡା ଜବାବ ଦେଇଛି । ଭାରତ କହିଛି, ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଶକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗତ ୧୪ ତାରିଖରେ ପୁଲୱାମା ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା । ଜୈଶକୁ ପାକିସ୍ତାନ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଥିବାବେଳେ ପୁଣି ପ୍ରମାଣ ମାଗିବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି ।

ଅନ୍ୟପକ୍ଷେ, ପୁଲୱାମା ଆକ୍ରମଣକୁ କେନ୍ଦ୍ର କରି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ପାକିସ୍ତାନୀ ସାଂସଦ ରମେଶ କୁମାର ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିଛନ୍ତି। ରମେଶ କୁମାର କୁମ୍ଭ ମେଳାକୁ ଆସିଥିଲେ ଏବଂ ତାଙ୍କ ଗସ୍ତ ପୁଲୱାମା ଆକ୍ରମଣ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ସୁଷମାଙ୍କୁ ଭେଟି ରମେଶ କହିଛନ୍ତି ଯେ ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ନାହିଁ।