ହୋମଗାର୍ଡଙ୍କୁ ତୀର ମାଡ଼ ! ବାରିପଦା ବେତନଟୀରେ ସିସୋର ଅଟାକଳରେ ଡ୍ୟୁଟି ସମୟରେ ଦୁବୃର୍ତ୍ତର ଆକ୍ରମଣ

30

କନକ ବ୍ୟୁରୋ : ହୋମଗାର୍ଡଙ୍କୁ ତୀରମାଡ଼ । ଡ୍ୟୁଟିରେ ଥିବା ସମୟରେ ହୋମଗାର୍ଡଙ୍କୁ ତୀରମାଡ଼ ହୋଇଛି । ମୟୁରଭଂଜ ବେତନଟୀ ଥାନା ତାରାକୋଟୀ ଗାଁରେ ଘଟିଛି ଏହି ଘଟଣା । ଦୁବୃର୍ତ୍ତଙ୍କ ତୀରମାଡ଼ରେ ଗୁରୁତର ଆହତ ହୋଇଛନ୍ତି ହୋମଗାର୍ଡ ଝାଡେଶ୍ୱର ମହାନ୍ତି ।

ସିଲ୍ ହୋଇ ରହିଥିବା ସିସୋର କମ୍ପାନୀର ଏକ ଅଟାକଳକୁ ଜଗିଥିବା ସମୟରେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ ତାଙ୍କୁ ତୀରମାଡ଼ କରିଛନ୍ତି । ଦୁର୍ବୃତମାନେ ଚୋରୀ କରୁଥିବାବେଳେ ହୋମଗାର୍ଡ ତାଙ୍କୁ ଘୋଉଡ଼ାଇବାରୁ ଦୁବୃର୍ତ୍ତମାନେ ତୀରମାଡ଼ କରିଥିଲେ । ଗୁରୁତର ଆହତ ଝାଡେଶ୍ୱରଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଦେଖନ୍ତୁ ଏହି ଭିଡ଼ିଓ –